ଜନମି ଥିଲି ମୁଁ ସେଇ ମାଆ କୋଳୁ
ଦଶ ମାସ ଗର୍ଭେ ରହି...
ପାସୁରି ଗଲକି ଜନ୍ମକର୍ତ୍ତା ମୋର
ଝିଅ ବୋଲି ଜାଣିଦେଇ।
ଝିଅ ଝିଅ ବୋଲି କେତେ ଯେ ସହିଲି
ବାର କଥା ତେର ନିନ୍ଦା.....
ଝିଅ ଟିଏ ବୋଲି ଘରୁ କାଢ଼ିଦେଲ
ମୋର ପାଦେ ଦେଇ ଛନ୍ଦା।
ବାପ ଘରୁ ଯାଇ ଶଶୁର ଘରେ ମୁଁ
ନିଜେ ହେଲି ଏକ ଜନନୀ...
ମୋର ଗର୍ଭୁ ପୁଣି ଝିଅ ହେଲା ବୋଲି
ଶାଶୁ ମନ ମାନିଲାନି।
ପୁଅ ଆଣ୍ଠୁଗୁଡା କହି କହି ମତେ...
ଶୁଣେଇଲେ ନାନା କଥା
ନିଜେ ଜଣେ ଏକ ଦୁହିତା ହୋଇକି
କାଇଁ କର ମାନବ୍ୟଥା।
ଝିଅ ଜନ୍ମ ନୁହେଁ ପାପ ର ଭାବନା
ଝିଅ ହିଁ ଜଗତଜିତା।
ଝିଅ ଗର୍ଭୁ ଜନ୍ମି ଦୁନିଆ ଦେଖିଲ
ଝିଅ ହିଁ ଅପରାଜିତା।
ପ୍ରେମ୍ ସାଗର ସାହୁ
ଦଣ୍ଡକାଳୀ ପୀଠ
ଗାଲେରୀ,ଗଂଜାମ




0 Comments