ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର,
ସଭିଙ୍କୁ ଲାଗଇ ଭଲ,
ସେ ପ୍ରେମରେ ଥାଏ ସ୍ନେହ,ସ୍ରଦ୍ଧା ପୁଣି,
ସେ ପ୍ରେମରେ ଥାଏ ଖଳ।
ଏପରି ପ୍ରେମକୁ ପ୍ରାପ୍ତ ହେବା ପାଇଁ
ଦେବତା ବି ହୋ'ନ୍ତି ମାନବ,
ମାନବ ର ପ୍ରେମ ସୀମା ଲଂଘୀ ଗଲେ,
ତହୁଁ ଜାତ ହୁଏ ଦାନବ।
ପ୍ରେମର ନ ଥାଏ ବୟସର ସୀମା
ନଏଥାଏ ତା ଆୟୁଷ,
ପ୍ରେମର ଉଦ୍ଦେଶ୍ୟ ବିଶ୍ୱାସ ଯେପୁଣି
ଥାଏ ସଭିଙ୍କ ଆଶିଷ।
ପ୍ରେମର ରଙ୍ଗଯେ ଫିକାଫିକା କେବେ
ପ୍ରେମ ରଙ୍ଗ ନାଲି ନେଲି,
ସେହି ସାତ ରଙ୍ଗ ଦେହେ ବୋଲି ହେଲେ,
ଜାଣିବ ହେଇଛି ବୋଲି।
ପ୍ରେମର ଅର୍ଥଯେ ଭାଇ ଓ ଭଉଣୀ
ପ୍ରେମର ଅର୍ଥବିଶ୍ୱାସ ମା
ପ୍ରେମର ସୁ ଭାଷା ପ୍ରେମିକ ପୁଣି
ସଖା ସହୋଦର ବାପା।।
ନୂଆପଡ଼ା




0 Comments