ମକର ସଂକ୍ରାନ୍ତି - ନନ୍ଦିନୀ ରାଉତ

 


ମକର ଆସିଲା ବଉଳ ବାସିଲା 

    କୋଇଲି ଡାକୁଛି କୁହୁ, 

ଶୀତ ଚାଲିଯାଏ ଥିରି ଥିରି କରି 

    ଗୀତ ଗାଉଛି ମୋ ବୋହୂ ...। 1


ଆସୁଛି ଆସୁଛି କିଏ ସେ ଆସୁଛି 

    କା, ପାଇଁ ମନ ଅଥିର, 

ନୂଆ ବରଷ କୁ ମହକାଇ ଦେଇ

    କରଇ ମନ ଅଧୀର...। 2


ମାଘ ମାସ ଜାଡ ବାଘ ପରି ଯାଏ 

     ସଭିଙ୍କୁ ଥରାଇ ଦେଇ  , 

ମନ ତରଣୀ ରେ ନାବିକ ନିଜେ ମୁଁ 

     ନିଜେ ମୋ ନାବ କୁ ବାହି....। 3


ମକର ମିଳନ ବନ୍ଧୁତା ଜୀବନ 

     ସବୁ ତ ଅଟେ ନିଜର, 

ସମ୍ପର୍କ ର ସେତୁ ବାନ୍ଧିଦେଇ ସେତ 

     ହୁଏ ଅତି ଆପଣାର...। 4


କଵିଟିଏ ପାଇଁ କେତେ ପଦ କଥା 

     କେତୋଟି ଶବ୍ଦ ପାଖୁଡା, 

ଅସରନ୍ତି ସ୍ମୃତି ହୋଇଯାଏ ଏଠି 

    ନାହିଁ ତ କେହି ଅଲୋଡ଼ା...। 5


ଶବ୍ଦ କୁ ଶବ୍ଦରେ ଗୁନ୍ଥି କରିଦିଏ 

    କବିତା ରୂପକ ମାଳା, 

ଶୀତ ଯାଉଅଛି ପିନ୍ଧାଇ ଦେବ ସେ 

    ତା ଶବ୍ଦର ପ୍ରେମ ବୋଳା...। 6


ଭୁଲିଯିବୁ ନାହିଁ ଶୀତ ମାଉସୀ ଲୋ 

    ସଅଳ ଆସିବୁ ଫେରି, 

ଚାତକ ପରି ମୁଁ ଚାହିଁ ରହିଥିବି 

    ତୋର ମମତାର ଡୋରୀ....। 7


ଶିକ୍ଷୟିତ୍ରୀ, ବାଲିପଟ୍ଟା, ଅନୁଗୋଳ

Post a Comment

0 Comments