ସ୍ମୃତି - କିରଣ ମନିଷା ମହାନ୍ତି



ଚାଲ ଆମେ ପୁଣି

ଅଚିହ୍ନା ହୋଇଯିବା

ଭୁଲିଯିବା ସବୁକିଛି

ଫେରିଯିବା ପଛକୁ ।


କ୍ୟାଲେଣ୍ଡର ପୃଷ୍ଠାକୁ ଓଲେଉଟାଇ

ତୁମେ କାଢିନିଅ

ମୋ ଦେହରୁ ତୁମ ପ୍ରେମ

ଆଉ ସେ ରାତିର 

ସ୍ମୃତିକୁ ।


ଆସ ଆଜି ସବୁକିଛି 

ଭୁଲିଯିବା

ଦୁହେଁ ପୁଣି ଅଚିହ୍ନା ହେବା

ପରସ୍ପରର

ଅତୀତର ଜୀବନରୁ

ରୂପାଜହ୍ନ ସାଥୀଥିବ ।


ସେ ସ୍ଵପ ସବୁକୁ

ଆଞ୍ଜୁଳା ଆଞ୍ଜୁଳା ପ୍ରତାରଣାର 

ଆଖ୍ୟା ଦେବା 

ଦୁହେଁ ଦୁହିଁଙ୍କୁ ।


ସବୁକିଛି ଭୁଲିଯାଇ

ଗୋଲାପ ଫୁଲ ପାଇଁ

ଆଉ ରକ୍ତ ଝରିବନି

କଣ୍ଟା ଆଘାତରେ

ନା ପ୍ରେମରେ ପ୍ରତାରଣା ରହିବ

ନା ଅପେକ୍ଷା

ଜଣେ ଜଣକୁ

ଚାଲ ଆମେ ଅଚିହ୍ନା ହେଇଯିବା

ପ୍ରେମବିନା ଶିଖିବା 

ଜୀବନ ଜିଇଁବା ।।


ଡେଲାଙ୍ଗ, ପୁରୀ

Post a Comment

0 Comments