ଫୁଲ ତୁମେ ଏତେ ନିରବ କାହିଁକି...?
ତୁମକୁ କଣ କଷ୍ଟ ହୁଏନି...?
ତୁମ ଆଖିରେ କଣ ଲୁହ ନାହିଁ..?
ହଁ.....ଥିବ ତ ନିଶ୍ଚୟ....!
ହେଲେ ଲୁଚାଇ ଦିଅ ବୋଧେ କୋଉ ଗୋପନରେ
ଅତ୍ୟନ୍ତ ସହନଶୀଳତାରେ
ହସିରେ ଉଡାଇ ଦିଅ ଲୁହକୁ..।
କଷ୍ଟ ବି ହଉଥିବ...ଯେତେବେଳେ...
ଯେତେବେଳେ କିଏ ତୋଳି ନିଏ ତୁମକୁ
ଅଲଗା କରେ ଯେବେ ଝଡ଼ ସହ ଜୀବନକୁ
ପ୍ରେମ ନା ରେ ଯେତେବେଳେ ଦିଏ ପ୍ରତାରଣା
ତୁମେ କେବଳ ଅନୁଭବ କର...
ତାର ସ୍ନେହ ଭରା ସ୍ବର୍ଶ୍ୱକୁ ହେଲେ....
ତାର ସେଇ ଦୁଷ୍ଟ ମନ ତାକୁ ଅଣଦେଖା କର କାହିଁକି..?
କାହିଁକି ସମର୍ପି ଦିଅ ନିଜ ଜୀବନ
ଗୋଟେ ବେନାମୀ ସମ୍ପର୍କରେ।
ଓଃ...ତାର କି ବାହାନା ପୁଣି...
ଶରୀରକୁ ଶବ କରି ଦେଇ ନେଇଯିବ କୁଆଡେ ଦେବତା ପାଖକୁ
ମୁଁ କାର କୁ ସଜାଇ ରଖିଛି
ନିଜର କିଛି ଦେଇ ପାରିବନି
ହେଲେ...ସମର୍ପି ଦେବ ତୁମ ଜୀବନକୁ
ଗୋଟାଇବା ପାଇଁ କରୁଣା
ତଥାପି ତୁମେ ଚୁପ.....
ତୁମେ କରୁନ କାହିଁକି ବିଦ୍ରୋହ
ମୁଁ ବୁଝି ପାରେନା ତୁମର ଏ ତ୍ୟାଗ ।
ଦେହରେ ସେମିତି ଝରୁଥିବ ଲହୁ
ସକାଳୁ ସଂଜ ପର୍ଯ୍ୟନ୍ତ,
ତୁମେ କଣ ଭାବୁଛ....?
ସିଏ ଲେଉଟି ଦେଖିବ ତୁମକୁ
ତୁମ କଟା ଘା ରେ ଲଗେଇ ଦେବ ମଲମ
ସିଏ ପଚାରିବ ତୁମ ବିରହ
ବୁଝି ପାରିବ ତୁମ ବେଦନାକୁ
ନା.....ସେମିତି କିଛି ହବନି
ସଂଜ ର ଆଳତି ନା ରେ
ଦେଇ ଦେବ ତୁମ ଜୀବନର ଆହୂତି
ନିଷ୍ଠୁର ହେଇ ଜାଲିଦେଵ ତୁମ ଶରୀରକୁ
ଏତିକିରେ ହିଁ ତ ଶେଷ ତୁମ ଭାଗ୍ୟ
ତାର କଣ....ସିଏ ତ ପୁଣି ଅପେକ୍ଷା କରିବ
ଗୋଟିଏ ନୂଆ ସକାଳ
ପୁଣି ଗୋଟିଏ ନୂଆ ଜୀବନକୁ ଶେଷ କରିବା ପାଇଁ
ହେଲେ....ଫୁଲ ତୁମେ.....
ତଥାପି ଚୁପ.....।
ବିନ୍ଧ୍ୟାରାଣୀ ଦାଶ
କମିରା
ସୁବର୍ଣପୁର




0 Comments