ଅପେକ୍ଷା - ସାଗରିକା ସାହୁ






ସାଥି ତୁମେ କେବେ ଆସିବ

ବୋଲି ବାଟ ଚାହିଁ ବସିଛି,

ମନ ମୋର ବିଚଳିତ ହୋଇ

ମନେ ମନେ ଖାଲି ଝୁରୁଛି।


କେଉଁଠି ଅଛ ତୁମେ କଣ କରୁଛ

କିଏ ଦେବ ତୁମ ଖବର,

ଏଇ ମୋର ହୃଦୟେ ଜାଗା ଦେଇ 

କରିବି ତୁମକୁ ନିଜର।


କେଉଁ ଘରର ତୁମେ ରାଜ କୁମାର

ନାହିଁ ତ ମୋତେ ଜଣା 

ଅସୀମ ଅମାପ ଭଲ ପାଉଥିବି

କେବେ କରିବିନି ଉଣା।


ଯେଉଁଠି ବି ଯେତେ ଦୂରରେ ଅଛ

ଫେରିଆସ ସାଥି ପାଖକୁ,

ମୋ ମନ ମନ୍ଦିରେ ଜାଗା ଦେଇ

ସାଇତି ରଖିବି ତୁମକୁ।


ସାଗରିକା ସାହୁ

Post a Comment

0 Comments