ସକାଳୁ ସକାଳୁ ନିଦ ଭାଙ୍ଗିଗଲା
ଶୁଭେଚ୍ଛା ଦେବାକୁ ବନ୍ଧୁଙ୍କୁ
ଶୁଭ ସକାଳର ବାରତା ଦେଉଛି
ମନାସି ତମର ଶୁଭକୁ।
ଜୀବନ ଜଞ୍ଜାଳ ଆରମ୍ଭ ହୋଇଲା
ନୂଆ ଦିନ ଆସିଗଲା
ଚଞ୍ଚଳ ଚଞ୍ଚଳ ନିତ୍ୟକର୍ମ ସାର
ଜମାରୁନକରି ଢିଲା।
ବିଭୁ ପଦେ ଢାଳି ପ୍ରଣତୀ ଭକ୍ତିରେ
ନିବେଦନ ଏହା କର
ସମସ୍ତଙ୍କୁ ସୁଖେ ରଖନ୍ତୁ ମହୀରେ
ହରନ୍ତୁ ଦୁଃଖର ଭାର।
ନମୋ ନିରଞ୍ଜନ ନିଖିଳ ନିଦାନ
ବ୍ୟାପ୍ତ ସଦା ଚରାଚରେ
ବୃନ୍ଦାବନ ଚନ୍ଦ୍ର ଚରଣେ ଶରଣ
ଥାଉ ମୋର ନିରନ୍ତରେ।
ହରିପୁର,
କବୀର ପୁର, ଯାଜପୁର




0 Comments