ଶ୍ରୀମଦ୍ ଭଗବଦ୍ ଗୀତା ( ଧାରାବାହିକ )- କବିସୌରଭ କୈଳାଶଚନ୍ଦ୍ର ବେହେରା

ଶ୍ରୀମଦ୍ ଭଗବଦ୍ ଗୀତା ( ଧାରାବାହିକ )

ଦ୍ବିତୀୟ ଅଧ୍ୟାୟ , ସା°ଖ୍ୟଯୋଗଃ

ଶ୍ଳୋକ - ୬୮





ତସ୍ମାଦ୍ ଯସ୍ୟ ମହାବାହୋ ନିଗୃହୀତାନି ସର୍ବଶଃ ,

ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେ ଭ୍ୟସ୍ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।


ଅର୍ଥ : - 

ହେ ମହାବାହୁ ! ଯାହାର ଇନ୍ଦ୍ରିୟଗୁଡ଼ିକ ବିଷୟ ଭୋଗ ବସ୍ତୁଠାରୁ ଦୂରେଇ ରହୁଛନ୍ତି ସେମାନଙ୍କୁ ସ°ଯତ ବ୍ୟକ୍ତି ବୋଲି କୁହାଯାଏ ।


ବ୍ୟାଖ୍ୟା : - 


ଜିଭ ଚାହୁଁଛି ଭଲ ଖାଇବ, ତେଣୁ ରୋଗକୁ ଡାକିବ । କାନ କହୁଛି ପରକଥା ଶୁଣିବ । ତେଣୁ ଦ୍ବନ୍ଦ୍ବକୁ ଡାକିବ ଆଖି କହୁଛି ଭଲ ଜିନିଷ ଦେଖିବ ତେଣୁ ଲୋଭକୁ ଡାକିବ । ହାତ ଗୋଡ଼ କହୁଛନ୍ତି ଅନ୍ୟର ଜିନିଷକୁ ନେବାପାଇଁ ତେଣୁ ନିନ୍ଦାକୁ ଶୁଣିବ । ଏଥିରୁ ଜଣାପଡେ ଅସ°ଯତ ଇନ୍ଦ୍ରିୟ ମାନେ ମନୁଷ୍ୟକୁ ବିପଥଗାମୀ କରିବା ପାଇଁ ସବୁବେଳେ ତତ୍ ପର । ଇନ୍ଦ୍ରିୟମାନଙ୍କରକୁ ପ୍ରଭାବକୁ ଜାଣି ଯେଉଁମାନେ ଇନ୍ଦ୍ରିୟକୁ ଦମନ କରିଥାନ୍ତି ସେମାନଙ୍କୁ ସ°ଯତବ୍ୟକ୍ତି ବୋଲି କୁହାଯାଏ । ସେମାନେ ବୁଦ୍ଧିଆ  ବୋଲି ପରିଚିତ ହୋଇଥାନ୍ତି ।

--------------------------------------


ବାଲିଗୁଡ଼ା , କନ୍ଧମାଳ

Post a Comment

0 Comments