ଆହେ ମହାବାହୁ ତୁମ ନାମ ଗାଇ
ମୋ ପ୍ରାଣଟା ଉଡିଯାଉ
ମୋଭଳି ପାପିଟା ସଂସାରୁ ତରିବ
ତୁମନାମ ତୁଣ୍ଡେ ଥାଉ।
ସଂସାର ଜଞ୍ଜାଳେ କଟିଯାଏ ଦିନ
ଜପି ପାରେନା ତୋ ନାମ
ରାତ୍ର କଟିଯାଏ ନିଦ୍ରାରେ ମୋହର
ମୁଁ ସତେ କେଡେ ଅଧମ।
ଆଖିଦୁଇ ମୋତେ ଦେଇଅଛ ପ୍ରଭୁ
ତୁମ ଦରଶନ ପାଇଁ
ତୁମରି ନାମକୁ ଶୁଣିବା ନିମନ୍ତେ
ଦେଇଅଛ କାନ ଦୁଇ।
ପାଦ ଦୁଇଟାକୁ ଦେଇଅଛ ପ୍ରଭୁ
କରିବି ତୀର୍ଥ ଭ୍ରମଣ
ତୁଣ୍ଡ ରହିଅଛି ଗାଇବି ମୁଁ ଟିକେ
ତୁମରି ନାମ ଜଣାଣ।
ହୃଦୟ ମନ୍ଦିରେ ପୂଜିବି ତୁମକୁ
ସବୁତ ତୁମରି ଦାନ
ଷଡରିପୁ ମନେ ଭରି ଦେଇଅଛ
ହେଉଅଛି ହୀନିମାନ।
ପଞ୍ଚ ଇନ୍ଦ୍ରିୟକୁ ପଚିଶ ପ୍ରକୃତି
ମୋ ଶରୀରେ ବିଦ୍ଯମାନ
ସଂସାର ମାୟାରେ ଘାଣ୍ଟି ହେଉଅଛି
ଆହେ ପ୍ରଭୁ ଭଗବାନ।
ତୁମ ଶ୍ରୀପୟରେ ଏତିକି ମିନତୀ
ସଦାଥାଉ ମୋର ଧ୍ଯାନ
ତୁମନାମ ଗାଇ ଯାଉଏ ଜୀବନ
ପାଦତଳେ ଦିଅ ସ୍ଥାନ।
ଶଙ୍ଖମୂଳ, ରଣପୁର
ଜିଲ୍ଲା, ନୟାଗଡ




0 Comments