ନମସ୍ତେ ମା ବିଦ୍ୟା ଦାୟିନୀ
ମହାନୀଳ ସରସ୍ଵତୀ ଦେବୀ ।
ତବ କରୁଣା ବଲେ ମୁର୍ଖ
ହୁଏ ତା'ର ଅନେକ ଖ୍ୟାତି ।
ବିଦ୍ୟା ଦିଅ ବୁଦ୍ଧି ଦିଅ ମାତେ
ଅଜ୍ଞାନ ଦୂର ହେଉ ଏ ଜଗତେ ।
କାହୁଁ ଜାଣିବି ମୁଁ ମୁର୍ଖ ତବ ପ୍ରାର୍ଥନା
ଲେଖିଛି ତବ ମା ଛୋଟ ବନ୍ଦନା ।
ଭକ୍ତି ଥିଲେ ବିଦ୍ୟା ଦିଅ କଣ୍ଠେ ମାତ
ମୁଁ ମୁର୍ଖ ନ ଜାଣେ ତମରି ଖ୍ୟାତ ।
ପଦ୍ମ ଫୁଲେ ଆସନ ହାତରେ ବୀଣା
କର ସୁକଲ୍ୟାଣ ଦୂର ହେଉ ଅଜଣା ।
637224324




0 Comments