ମୋ ବିଦ୍ୟାଦାୟିନୀ ମାଆ - ବୁଲୁ ବେହେରା



ମୋ ବିଦ୍ୟାଦାୟିନୀ ମାଆ
ମୋ ହଂସବାହିନୀ ମାଆ,
ତୋ ପାଦେ ଲକ୍ଷେ ଜୁହାର
ତୁହି ଏକା ମୋର ସାଆ l(0)
ମାଗି ନାହିଁ ତୋତେ କିଛି
ହେଲେ ଆଜି ମୁଁ ମାଗୁଛି,
ଯେତେ ଧନ ମଧ୍ୟେ ଶ୍ରେଷ୍ଠ
ସେଥିରୁ ଦିଅ ମା' କିଛି l(1)
ଯେଉଁ ଧନ ଦ୍ୱାରା ଯେତେ
ପଣ୍ଡିତ ଓ ସାଧୁ ସନ୍ଥ,
ଲେଖନୀ ହାତରେ ଧରି
ଲେଖିଛନ୍ତି ମହାଗ୍ରନ୍ଥ l(2)
ଯେଉଁ ସମ୍ପଦ ବଳରେ
ମୂର୍ଖରୁ ତ୍ରାହି ପାଇଲେ,
କାଳି ଦାସ ଓ ସାରଳା
ମହା ବିଜ୍ଞ ବୋଲାଇଲେ l(3)
ଅନ୍ଧ କବି ଭୀମ ଭୋଇ
ସେହି ବିଦ୍ୟାର ବଳରେ,
ଯୁଗ ଯୁଗ ପାଇଁ ଖ୍ୟାତି
ରଖି ସିଏ ଚାଲିଗଲେ l(4)
ସେହି ଧନ ଦିଅ ମାତା
ଆକୁଳେ ମାଗୁଛି ମୁହିଁ,
ତା ବିନା ଏ ମୋ ଜୀବନ
ହରାଇବି ତୁଛ କହି l(5)
ମନବାଞ୍ଛା ପୂର୍ଣ୍ଣ କର
ଆଉ ବିଳମ୍ବ ନ କରି,
ଚାହିଁ ରହି ଅଛି ମାତା
ଦିଅ ମୋ ହୃଦୟେ ଭରି l(6)


 (ଶିକ୍ଷକ )
କର୍ପୁର ନୂଆଗାଁ, ଆସିକା, ଗଞ୍ଜାମ
ମୋବାଇଲ ନଂ -9861539620

Post a Comment

0 Comments