ବାଦଲ ଆଉ ମୁଁ - କୃଷ୍ଣା ମିଶ୍ର




ବାଦଲ,
ଆସୁନ ଗପିବା....
ତୁମେ ଆଉ ମୁଁ,
ବେଦନାକୁ ତଉଲିବା
ଦୁଇ ହୃଦୟର,
ତୁମେ ଯେ ଆଚ୍ଛନ୍ନ ଘନ
ଘୋର ତମସାରେ,
ଦୁଃଖୀଟିଏ ତୁମେ,
ଅନୁରାଗୀ ମୋଜୀବନ,
ଭରା ଦରଦରେ....
ଆସ!
ଆଲିଙ୍ଗନେ ଏକ ହେବା,
ଦ୍ୱାରଖୋଲି ମନ ସିନ୍ଦୁକର!
ତୁମେ ତ ସାଉଁଟିଚ ନିଆଁ,
ମୋମନ ବି ଜଳେ,
ମରମବୀଣା ମୋ ଗାଏ
ବିରହର ରାଗ,
ଉଷା ବା ପ୍ରଦୋଷେ,
ବିନ୍ଦୁ ବିନ୍ଦୁ ବାରି ତୁମ
ଅମୃତ ସମାନ,
ଝରେ ମୋ ନୀରବ ଆଖିର ଲୁହ
ଅକୁହା ବ୍ୟଥାରେ....
ବାଦଲ ଓ ମୁଁ,
ଭେଦ କିଛି ନାହିଁ ସତେ,
ରହିଛୁ ଦୁହେଁ,
ମହଣ ମହଣ କାଳଧରି
ଏକ ଅଜଣା ପ୍ରତୀକ୍ଷାରେ ।।


ରାୟଗଡ଼, ଛତିଶଗଡ

ମୋ: 9301012333

Post a Comment

0 Comments