ଏଇ ପ୍ରେମ....!
ସଂପର୍କ ମାଳାରେ ଗୁନ୍ଥି ଦିଏ
ଦୁଇ ମନ ଦୁଇ ହୃଦୟ
ଭଲପାଇବାର ଚିତ୍ର ଆଙ୍କି ଦିଏ
କରିଦିଏ ପୁଣି ରୂପ ଅଭୟ.....!
ଏଇ ପ୍ରେମ......!
ଚଉଦିଗେ ଟାଣେ
ବନ୍ଧନର ଏକ ନିଶ୍ଚୟ ଗାର
ତା' ଶକ୍ତି ଆଗେ ରହିଯାଏ ସତେ
ନିଶବ୍ଦ ହୋଇ ଅଭୁଲା ସମୟ ।
ଏଇ ପ୍ରେମ....!
ଖାତିର ନ କରି ଆଗେଇ ଚାଲେ
ସତେ ବହୁଥିବା ଗୋଟେ ପାଣିର ଧାର
ଭୋକଶୋଷ ସବୁ ଫିକା ପଡ଼ିଯାଏ
ଛୁଇଁଦିଏ ଯେବେ ଛାୟା ଆନନ୍ଦର.....!
ଏଇ ପ୍ରେମ....!
ମିଳନରେ ଯେବେ ପଡ଼େ ପୂର୍ଣ୍ଣଚ୍ଛେଦ
ବିରହର ନିଆଁ ଜାଳେ
ମରଣର ସତେ ଆଗମନ ଟା
ହୋଇଯାଏ ଅକାଳେ....!
କେଶାଇପାଲି, ଭଟଲି
ଜିଲ୍ଲା - ବରଗଡ଼




0 Comments