ମନ ଭିତରେ ଅନେକ ଉତ୍କଣ୍ଠା
କିଛି ପାଇବାର ଆଶା ନେଇ
ଅପ୍ରାପ୍ତି ହୁଏତ ମତେ
ଜାବୁଡି ଧରି ଶକ୍ତ ଚାପୁଡ଼ା ମାରେ
ମୁଁ ଜାଣିପାରେନାଁ
କେବଳ ମରୁଭୂମିରେ ମରିଚିକା
ଯେସନ ସ୍ୱପ୍ନରେ ଭାସେ
ସ୍ୱପ୍ନରେ ହସେ
ସୁଖିଲା ଓଠରେ ମୋ ଓଠ ଲଗାଇ
ଚୁମ୍ବନ କରୁଥାଏ ଥରକୁ ଥର
ହୁଏତ ମୋ ସୁଖିଲା ଓଠ କୁ ବି
ମୁଁ ବିଶ୍ୱାସ କରିପାରେ ନାହିଁ
ଜଳୁଥାଏ କେବଳ ଉତ୍କ୍ଷିପ୍ତ ଅଗ୍ନି ପରି
ଅପ୍ରାପ୍ତିର ଘନ ଜର୍ଜର
ଅଦିନିଆ ବର୍ଷା ପରି
ମାଡିଆସେ ମୋ ଜୀବନକୁ
ଭସାଇ ଦିଏ ମୋ ସଂସାରକୁ
ମୋ ଅଜାଣତରେ
ତା ନାଳୀ ରଙ୍ଗର ରକ୍ତିମ ପ୍ରଲେପ
ମୋ ଓଠକୁ ରକ୍ତାକ୍ତ କରେ
ଥରକୁ ଥର।
ବାଉଲସିଂହା ଭଟଲି ବରଗଡ
9337828808




0 Comments