ସହିଦ୍ ତୁମକୁ ସଲାମ୍ - ଚନ୍ଦନ ସାହୁ




ଭାରତ ମାଆର ହେ ବୀର ସନ୍ତାନ ଯବାନ 
ତୁମପରି ପୁତ୍ର ପାଇ ଏ ଭାରତ
ହୋଇଅଛି ଆଜି ଧନ୍ୟ ।
କର୍ତ୍ତବ୍ୟର ପଥେ ଜାଗି ଅଛ ସଦା
ଦେଇ ନାହଁ ପଛ ଘୁଞ୍ଚା ,
ବାହୁବଳେ ତୁମ ଶତ୍ରୁକୁ ଜିଣିଛ
ମନେ ତୁମ୍ଭ ନାହିଁ ଇର୍ଷା ।
ତୁମପାଇଁ ସିନା ଏ ଭାରତ ଭୂଇଁ
ଟେକିଛି ସର୍ବଦା ମଥା ,
ବିଜୟର ପଥେ ଉଡ଼ାଇଛ ତୁମେ
ପୂତ ତ୍ରିରଙ୍ଗା ପତାକା ।
ମନରେ ଧରିଛ ଦେଶ ପ୍ରେମ ଭାବ
ହାତରେ ଗୁଳି ବନ୍ଧୁକ ,
ମାଟି ମାଆ ପାଇଁ ଆତ୍ମବଳି ଦେଇ
ରଖିଛ ମାଟିର ଟେକ ।
ତୁମରି ବିଛେଦେ ଦେଶବାସୀ ଆଜି
କରୁଛନ୍ତି ଅଶ୍ରୁପାତ ,
ତୁମ ପାଦତଳେ ଭକ୍ତି ପୁଷ୍ପ ଦେଇ
ସଲାମ୍ କରେ ଏ ଭାରତ ।


ହାତିଖୋଜ ( ବେଲସା ପଡ଼ା ), କଳାହାଣ୍ଡି , ଓଡ଼ିଶା

୮୧୪୪୨୭୭୯୬୭

Post a Comment

0 Comments