ସମୟ ସହ ଜୀବନ ଯେମିତି
ନିରବିଯାଉଛି
ଭୋକର ସହରେ
ଯୋଜନା ସବୁ ଭିଣା ତୁଳା ପରି
ଇତସ୍ତତଃ ଉଡୁଛି ପବନରେ
ହେଲେ,
ଅଣ୍ଟା ସଳଖି ଚାଲିବାର
ଯୁ ନାହିଁ ll
ହେ, ଛାମୁ
ଶୁଣ କାନ ଡେରି
ଆମ ଜୀବନର
ଦୁଃଖର କାହାଣୀ
ରକ୍ତାକ୍ଷରେ ଲେଖା,
ନାହିଁ ଭାଷା ତୁଣ୍ଡରେ ଆମର ll
ଭଲ କରି ଦେଖ
ସମୟ କିପରି କରୁଛି ବିଦ୍ରୁପ
ହାତ ଠାରି ଡାକୁଛି
ଗଭୀର ଅନ୍ଧାର !!
ଥରେ ଜୀବନକୁ ବୁଝ ଆମ
ଥରେ କାମ ଦୁଃଖ ବୁଝ ଆମ ??
ନିଜ ଜୀବନର ମୂଲ ଦେଇ
ବଂଚାଇଛୁ ଜୀବନ ଆନର
ପର ପାଇଁ ସାଜିଛୁ ଅନ୍ନଦାତା
ଜିଁବାର ଦେଖାଉଛୁ
ସୁଖର ସନ୍ଧାନ ll
ହେଲେ, ମଣିମା ଆମ
ସଂସାର ଆଜି
ବନ୍ୟାରେ
ହୁଏ ଉବୁଟୁବୁ,
ଭାସିଯାଏ ଘର, ଦ୍ୱାର
ସ ଢ଼ୀ ନିଜେ
ଭୋକିଲା ଅନ୍ଧାରେ ll
ଶୁଣ ଥରେ ମଣିମା,
କଥା ଥରେ ଶୁଣ !!
ଶୁଣିବ, ବା କିଆଁ
ଅଛ ତୁମେ ସୁଖର ସହରେ !!
ହଁ, ସହିବାର ସବୁ
ସୀମା ଅତିକ୍ରମି
ଠିଆ ଆଜି
ହେଇଅଛୁଁ ପ୍ରତିବାଦ ପାଇଁ
ଅନ୍ତରେ ଜଳୁଛି ଅଗ୍ନି,
ବାହାରେ ବି ଅଗ୍ନି
ଜୀବନର ମାନେ ଯଦି
ଅବହେଳା
ରାଜା ଠାରେ !!
ହଁ, ପ୍ରବଞ୍ଚନା, ଖାଲି ପ୍ରତାରଣା !
ହଁ, ଶୋଇ ଶୋଇ ରାଜ ଦାଣ୍ଡେ
ଯାଉ ପ୍ରାଣ
ଆମେ ହେବୁ ଇତିହାସ ସାକ୍ଷୀ
ହେବୁ ଭୋକ ପାଇଁ
ସଶସ୍ତ୍ର ସଂଗ୍ରାମୀ
ଭାଙ୍ଗି ବିଭେଦ ପ୍ରାଚୀର,
ଭାଙ୍ଗି ବିଭେଦ ପ୍ରାଚୀର ll
9777514576




0 Comments