ଜୟ ମାତା ସରସ୍ୱତୀ - ଚିତ୍ତ ରଞ୍ଜନ ପୃଷ୍ଟି



ଜୟ ମାତା ସରସ୍ୱତୀ ବିଦ୍ୟା ପ୍ରଦାୟିନୀ
ଜୟ ମାତା ବୀଣାପାଣି ଅଜ୍ଞାନ ନାଶିନୀ ।
ଶାରଦା ବରଦା ମାତା ତୁମେ ବାଗୀଶ୍ୱରୀ
ମାଘ ଶୁକ୍ଳ ପଞ୍ଚମୀରେ ଆସ ଅବତରି ।
ଉଲ୍ଲାସ ମନରେ ଆସ ଏ ଧରା ବକ୍ଷରେ
ଆନନ୍ଦ ଲହରୀ ଖେଳେ ସଭିଙ୍କ ମନରେ ।
ଶୁଭ୍ର ବସ୍ତ୍ର ପରିଧାନ ଶ୍ୱେତ ପଦ୍ମାସନୀ
କର୍ଣ୍ଣ କୁଣ୍ଡଳ ଭୂଷିତା ମା ହଂସବାହିନୀ ।
ଜୟ ମାତା ଶ୍ୱେତାମ୍ବରୀ ତୁମେ ବିଶ୍ୱରୂପା
ଅଜ୍ଞାନ ଲଭଇ ଜ୍ଞାନ ପାଇ ତୁମ କୃପା ।
ତୁମ କୃପା ମାତା ଜନ ଜଗତ ଲଭିଲେ
ମହାମୁର୍ଖ କାଳିଦାସ ପଣ୍ଡିତ ହୋଇଲେ ।
ତୁମ ବିନା ଜୀବନଟା ଲାଗେ ଭାରି ଶୂନ୍ୟ
ତୁମ ଶୁଭ ଆଶିଷରୁ ମିଳେ କୋଟି ପୁଣ୍ୟ ।
ଦୋଷ କ୍ଷମା କର ମାତା ସିଞ୍ଚି କୃପାବାରି
କୃପା ଲଭି ଏ ସଂସାରୁ ହୋଇଯିବି ପାରି ।।


ନିମାପଡା, ପୁରୀ
ମୋ - ୯୭୭୮୧୭୭୫୦୧

Post a Comment

0 Comments