ଅନ୍ଧାର ଯେତିକି ଆଲୁଅ ସେତିକି
ଜୀବନ ରାସ୍ତାରେ ଆସେ
ଆସିଲେ ଅନ୍ଧାର ଯେ ନିନ୍ଦେ ଭାଗ୍ୟକୁ
ମୁଣ୍ଡେ ହାତ ଦେଇ ବସେ
ସେ ଜୀବନ କେବେ ଜୀବନ ନୁହଇଁ
ଆଲୁଅକୁ ଖୋଜୁଥାଇ
ଆଲୁଅ ଅନ୍ଧାର ଦୁହିଁଙ୍କୁ ମିଶାଇ
ଏ ଜୀବନ ଚାଲୁଥାଇ
ଆଲୋକିତ ପଥ ଆସିଯାଏ ଯେବେ
ନହେବ କେବେ ଚାତର
ଅନ୍ଧାର ପଥକୁ ଦେଖି ଦେଲେ ତୁମେ
ନହେବ କେବେ କାତର
ଅନ୍ଧାରେ ଶିଖିବା ଆଲୁଏ ଚାଲିବା
ଜୀବନର ସୂତ୍ର ଇଏ
ଦୁହିଁଙ୍କୁ ମିଶାଇ ଚାଲୁଥିବ ଯିଏ
ବୁଦ୍ଧିମାନ ଏକା ସିଏ
ଏ ଜୀବନ ପରା ସୁଖ ଦୁଃଖ ଘର
ସୁନ୍ଦରିଆ ରାସ୍ତା ଟିଏ
ହସ ଖୁସି ଆଉ ସୁଖ ଦୁଃଖ ଯେତେ
ଆସି ପୁଣି ଚାଲିଯିବ
ହସି ହସାଇଲେ ନାଚି ନଚାଇଲେ
ଜୀବନ ମୂଲ୍ୟ ବଢିବ
ଆସରେ ଆସରେ ଭୁଲିଯିବା ଆମେ
ଜୀବନର ଯେତେ ଦୁଃଖ
ଦୁଃଖ ସବୁ ଭୁଲି ଗୀତ ଗାଇ ଗାଇ
ନାଚିବା ଜୀବନ ଯାକ
ଅବଦଲ ପୁର. ଯାଜପୁର.
ଦୂରଭାଷ=9439854199.




0 Comments