ଦଶପଲ୍ଲା ମାଟି ବଡ଼ ଉର୍ବରିଆ
କାବ୍ୟ କବିତା ନାଟକ କ୍ଷେତ୍ର,
କବିତା ଆବୃତି କିପରି କରିବି
ଟେରା ହୋଇଯାଏ ଅଧମ ନେତ୍ର।।
ଗୋବିନ୍ଦ ଶୂରଦେଓ ରାମଚନ୍ଦ୍ର ମିଶ୍ର
ଯୋଗ୍ୟ ସନ୍ତାନ ଏଇଠି ଜନ୍ମ,
ମହାବୀର କ୍ଷେତ୍ର ଦଶ୍ପଲା ମାଟିରେ
ଗଡିଯିବା ପାଇଁ ହେଉଛି ମନ।।
ଓଡ଼ିଶା ବିଖ୍ୟାତ ରାବଣ ପୋଡିର
ଝଲକ ଦେଖିଛି ସାରା ଓଡିଶା,
କୁଆଁରିଆ ବନ୍ଧ କୃଷି,କୃଷକକୁ
ସୃଷ୍ଟି କରାଇଛି ନୂତନ ଆଶା।।
ହରିଣ ମାନଙ୍କ ପ୍ରମୋଦ ଉଦ୍ୟାନ
ଦେଖି ନାଚିଉଠେ ହୃଦୟ ତନୁ,
ପ୍ରକୃତି ଦେଇଛି ଶୋଭାର ଭଣ୍ଡାର
ଛବି ପ୍ରତିଛବି ଲିଭେନା ମନୁ।।
ତଥାପି କାହିଁକି ଏ ମନ ଖୋଜୁଛି
ଜଳସେଚନର "ବୃତଙ୍ଗସେତୁ"
ଫରେଷ୍ଟ ଟ୍ରେନିଂ ମୃତ ବିଦ୍ୟାଳୟ
ସ୍ମୃତିପଟେ ଆଜି ପଡୁଛି ହେତୁ।।
ଗୁମୁରି କାନ୍ଦୁଛି 'ବିକାଶ' 'ଉନ୍ନତି'
ଦଶ୍ପଲା ଛାତିରେ ଉଠୁଛି କୋହ,
ଏଇଠୁ ଉଠିଛି କନ୍ଧ ବିପ୍ଳବ ହେ,
ଏମାଟି କେବେହେଁ ଦୁର୍ବଳ ନୁହଁ।।
ଏ ମାଟିକୁ ଛୁଇଁ ଶପଥ କରନ୍ତୁ
ବିଜ୍ଞ, ପାଠକ,ଛାତ୍ର ସମାଜ,
ପ୍ରଗତି ଉନ୍ନତି ଦଶପଲ୍ଲା କରୁ
ସୃଷ୍ଟି କରନ୍ତୁ ବୀର ଦିଗଜ୍ଜ।
ଗ୍ରା/ପୋ-ଦଣ୍ଡୋର, ଥାନା- ଓଡ଼ଗାଁ,
ଜିଲ୍ଲା: ନୟାଗଡ- ୭୫୨୦୯୦ ,ଓଡ଼ିଶା
୭୦୭୭୧୭୧୮୧୬




0 Comments