ମା ସରସ୍ବତୀ - ରାମ ଚନ୍ଦ୍ର ପ୍ରଧାନ


ଘେନ ମୋ ପ୍ରଣତି ହେ ମା' ସରସ୍ବତୀ
କରୁଅଛି ଆଜି ଅଳି
ଅଜ୍ଞାନ ତିମିର କରିଦିଅ ଦୂର
ତୁମ କୃପା ଦେଇ ଢ଼ାଳି l
ବ୍ରହ୍ମାଙ୍କ ନନ୍ଦିନୀ ବିଦ୍ୟା ପ୍ରଦାୟିନୀ
ତୁମେ ଅଟ କାଦମ୍ବରୀ
ଜଗତ ଜନନୀ ସରୋଜ ବାସିନୀ
ମାଆ ତୁମେ ଶୁକ୍ଲାମ୍ବରୀ l
ଚିର ସାନ୍ୟାସିନୀ ତ୍ରିଲୋକବାସିନୀ
ଶ୍ୟାମଳାଙ୍ଗୀ ଚତୁର୍ଭୁଜା
ସୌମ୍ୟା ସ୍ୱରୂପିଣୀ ହଂସ ବିହରଣୀ
ପଙ୍କଜ ଯୋନି ତନୁଜା l
ମରାଳ ବାସିନୀ କଳୁଷ ନାସନୀ
ବିନାପାଣି ଭଗବତୀ
ଶ୍ୱେତ ପଦ୍ମାସନୀ ପୁସ୍ତକ ଧାରିଣୀ
ମହାଜ୍ଞାନୀ ଦୟାବତୀ l
ଆସ ଅବତରି ଏ ମାୟା ମରତେ
ଜଳାଇ ଜ୍ଞାନର ଦୀପ
ହଟିଯାଉ ସବୁ ସଂସାରୁ କଳୁଷ
ଅଜ୍ଞାନତା ପାଉ ଲୋପ l



ସାନ୍ତରାପଲ୍ଲୀ, ଗଞ୍ଜାମ
ମୋ:9861638736

Post a Comment

0 Comments