ଆସ ମା' ସରସ୍ବତୀ ନିର୍ମଳ ମନେ - ଦୟାନିଧି ମହାପାତ୍ର


ଆସ ମା'ସରସ୍ବତୀ ନିର୍ମଳ ମନେ
ବୀଣା ବଜାଇଣ ସୁନ୍ଦର ତାନେ l
ହଁସ ବାହନରେ ଧବଳ ବର୍ଣ୍ଣ
ଶାଢ଼ୀ ପିନ୍ଧି ହସ୍ତେ ବୀଣା ଧରିଣ l
ଗୋଟିଏ ହସ୍ତରେ ପୁସ୍ତକ ଧରି
ବିଦ୍ୟା ଦାନପାଇଁ ଆନନ୍ଦ ଭାରି l
ସ୍ପଷ୍ଟିକ ମାଳଟି ଅନ୍ୟ ହସ୍ତରେ
ନିରନ୍ତର ଜପେ ବିଦ୍ୟା ଯେ ଭରେ l
ଆଶୀଷ ଦେବାକୁ ହସ୍ତକୁ ଟେକି
ମାଆ ରହିଥିବେ ଭକ୍ତଙ୍କୁ ଦେଖି l
ବର ଦେଇଥିଲେ ମା'ସରସ୍ବତୀ
ଥିଲେ ବୋଲି ସିନା ମୂର୍ଖେ ଗଣତି l
କାଳିଦାସଙ୍କୁ ସେ ବର ପ୍ରଦାନେ
ପୁତ୍ର କରି ନେଲେ ଆନନ୍ଦ ମନେ l
ଅଗାଧ ପାଣ୍ଡିତ୍ୟ କରିଲେ ଦାନ
କାଳିଦାସ ହେଲେ ପଣ୍ଡିତେ ଗଣ୍ୟ l
ନବରତ୍ନଙ୍କର ସାଙ୍ଗରେ ରହି
ପ୍ରଥମ ହୋଇଲେ ମାଆ ଙ୍କ ପାଇଁ l
ମାଘ ଶୁକ୍ଳପକ୍ଷ ପଞ୍ଚମୀ ଦିନ
ଦେବୀ ଆସୁଛନ୍ତି ବୀଣା ଧରିଣ l
ବିଦ୍ୟାଳୟ ମଧ୍ୟେ ଖୁସିରେ ବସି
ଆଶୀଷ ଦିଅନ୍ତି ଆନନ୍ଦେ ହସି l
ଶ୍ରୀପଞ୍ଚମୀ ହେଲା ଏହାର ନାମ
ବିଦ୍ୟା ଆରମ୍ଭିଲେ ହେବ ସୁନାମ l
ଉଡିଆସ ମାତ ହଁସ ରେ ବସି
ବିଦ୍ୟା ଦାନ କର ହୋଇବୁ ଖୁସି l
ବିଦ୍ୟା ଜଣା ନାହିଁ ମୂର୍ଖରେ ଗଣା
ବାଟ ଭୁଲିଯାଏ ନ ପଡ଼େ ଜଣା l
ଦୟାକରି ମାତ କରୁଣା କର
ବିଦ୍ୟା ଭରି ଦିଅ ସାରା ସଂସାର l

ବରଗଡ 

9861776764



Post a Comment

0 Comments