ନମସ୍ତେ ମା ଗୋ ବୀଣାପାଣି
ଶ୍ୱେତପଦ୍ମା ଜଗତ ଜନନୀ,
ସମସ୍ତ ଜଣଙ୍କୁ ଜ୍ଞାନ ଦେଉ ତୁହି
ରଖି ସମ ଭାଵ ସମ ଦୃଷ୍ଟି,
ତୁମରି କୃପାବଳେ ମାଗୋ ଜଗତ
ଜ୍ଞାନର ଅଲୋକ ତ୍ରିଭୁବନ,
ତବ ଜ୍ଞାନ ପାଇ ଏ ଧରାପୃଷ୍ଠ ସ୍ଥିର
ଦେଇଛୁ ଅଶେଷ ଆର୍ଶୀବାଦ,
ତୁମ ପାଇଁ ଆଜି ମୁ ଏ ସଂସାରେ,
ହସ୍ତରେ ଧରିଅଛି ଲେଖନୀ,
ତୁମଙ୍କୁ ସୁମରି ଜୀବନ ସାରା
କରୁଅଛି ଲେଖନୀ ସାଧନା,
ତ୍ରୁଟି ହେଲେ ମାଗୋ ଦେଖାଇବ
ସୁପଥ ସୁମାର୍ଗ ଲେଖା ରାସ୍ତା,
ତୁମ ଆଶିଷ ପାଇଁ ମା ଗୋ ମୁ
ଜୀବନେ ପାଇଛି ପରିଚୟ,
ତୁମେ ମାଗୋ ଶ୍ୱେତ ଭୂଷଣୀ
ମୋ ଜୀବନ ଗତିପଥ ରାହା,
ସୁଦୟା କର ବାରେ ମୋତେ
ଭରି ଦିଅ ମୋତେ ଜ୍ଞାନ ଧାରା,
ଅନ୍ତିମ ସମୟେ ପ୍ରତକ୍ଷ୍ୟ ଦର୍ଶନ
ଲୋଡୁଛି ମୋର ଶରୀର ଆତ୍ମା,
ମନସ୍କାମନା ମୋ ପୁରଣ କର ମା
ହସ୍ତ ଲେଖାରେ କରେ ପୁଷ୍ପାଞ୍ଜଲି,
ତମ ସୁଦୟା ବଳେ ମୂର୍ଖ କାଳିଦାସ
ରଚିଗଲେ ରାମାୟଣ ପୁରାଣ ପୋଥି,
ତମ ଆଶୀର୍ବାଦ ପାଇ ଅଶେଷ
ପଣ୍ଡିତ କାଳିଦାସ ନାମ ବିଶ୍ୱରେ ବହି,
ଆମର ଅଜର ହୋଇ ରହିଗଲା
ସମସ୍ତଙ୍କ ହୃଦୟେ ରହିଗଲା ସ୍ମୃତି ହୋଇ,
ନମସ୍ତେ ବୀଣାପାଣି ଜଗତ ଜନନୀ
ଗେନା କର ମା ଗୋ ମୋ ପୁଷ୍ପାଞ୍ଜଳି ।।
ସାନପୋଡାଗୁଡା, କୋକସରା
କଳାହାଣ୍ଡି, 7735946291




0 Comments