ବସନ୍ତେ ବସନ୍ତ ରୁପା
ସର୍ବ ଶୋଭା ବିମଣ୍ଡିତା
ଶୁଭ୍ର ସ୍ନୁଗ୍ଧା ଶକ୍ତି ରୁପା
ଆଦିଶକ୍ତି ଆଦିମାତା ।
ଜ୍ଞାନ ବୁଦ୍ଧି ପ୍ରଦାୟିନୀ
ଯଶ ମୟୀ ସୁଭାଷିଣୀ
କାବ୍ୟ କଳା ଠାକୁରାଣୀ
ସୁଶ୍ରୀ ଭୁବନ ମୋହିନୀ ।
ସୃଷ୍ଟି ପ୍ରାଣ ସଂସ୍ତାପିଣୀ
ଦୁଃଖ କଷ୍ଟ ବିନାଶିନୀ
ଜ୍ଞାନ ଗଙ୍ଗା ପ୍ରବାହିନୀ
ଭକ୍ତି ମୁକ୍ତି ପ୍ରଦାୟିନୀ ।
ତୁମେ ବାଣୀ ବୀଣାପାଣି
ଖିଳ ବାଣୀ ବିଶ୍ୱରାଣୀ
କାବ୍ୟ କବିତା ଜନନୀ
ମାଆ ଗୋ ବିଶ୍ୱ ବନ୍ଦିନୀ ।
ଶୁଭାଶିଷ ଦିଅ ଢାଳି
ମଧୁ ଝର ଯାଉ ଝରି
ଲେଖନୀ ଥାଉ ହାତରେ
ଶବ୍ଦ ଫୁଲ ହୃଦେ ଭରି ।
ବିନତି ଘେନ ଜନନୀ
ଚରଣେ କିଙ୍କର ତୁମ
ଦିଅ ବିଦ୍ୟା ବୁଦ୍ଧି ଜ୍ଞାନ
ଚରଣେ କୋଟି ପ୍ରଣାମ ।।
ବାଲେଶ୍ଵର, ମୋ: 8658849998




0 Comments