ସରସ୍ଵତୀ ପୂଜା ଆଉଛେ ବଲିକରି
ଛୁଆଁ ହେଇଗଲାନ ପୂରା ଖୁସି,
ମାଁ,ବାପା'କେ ଆଘୋନୁ କହିଦେଲାନ
ଚାନ୍ଦା କରିଛନ୍ ଇସ୍କୁଲ୍'ନୁ ଅସି ।
ଖିରି,ପୁରୀ,ସାଙ୍ଗେ ମିଠାଭାତ୍ ହେବା
ପୂଜା ସରିଗଲେ ପରସାଦ୍ ଦେବେ,
ଝାଏକରି ପଏସା ଦେବଗୋ ମତେ
ଯେନ୍ତା ପଏସା ଦେଲାନ ବଲିକରି
ସଭେ ମୋର୍ ନା'କେ ଆଘୋ ଧର୍'ବେ ।
ନୂଆଁ ସାଟ୍,ପେଟ୍ ସାଙ୍ଗେ ନୂଆଁ ଜୁତା
ଚାଲଘିନି ଦୁକାନ୍'କେ ଯିମା,
ସରସ୍ବତୀ ପୂଜା'ନେ ପିନ୍ଧିକରି
ସୁନ୍ଦର୍ ଦିଶୁଥିମି ମୁଇଁ ଗୋ ବାପା,ମାଁ ।
ମାଁ କହେଲେ ବୁଝେଇ କରି ତାହାକେ
ସୁନ୍'ତରେ ମୋର୍ ଗେଲ୍ହା ଛୁଆଁ,
ପଏସା,କଉଡ୍,ନୂଆଁ ପେଟ୍,ସାଟ୍'ଥି
ମାହାପୁରୁ ନାଇଁ ହୁଅତ୍ ତୋର୍ ପାଖେ ଠିଆଁ ।
ପାଠ୍,ପଢା'ଥି ଥିଲେ ତୋର୍ ଧ୍ୟାନ୍
ଆପେ,ଆପେ ବଢବା ତୋର୍ ଜ୍ଞାନ୍,
ବିନା ପଢିକରି ଇସ୍କୁଲ୍ ଠାନେ
କେନ୍'ସି ମାହାପୁରୁ ନାଇଁ ଦିଅତ୍ ବୁଧି ଜ୍ଞାନ୍ ।
ପାଠ୍,ପଢାରେ ଦେଇଥିଲେ ଧ୍ୟାନ୍
ଜ୍ଞାନ୍ ଦେବୀ ତୋର୍ ନି'କେ ଆଏବେ ,
ତତେ ସେ ଆର୍ଶିବାଦ୍ ଦେଇକରି
ତୋର୍ ଠାନୁ ଖୁସ୍ ହେଇଯିବେ ।
ବୁଝି ପାର୍'ଲା ଛୁଆଁ ମାଁ'ର୍ କଥାକେ
ହାତ୍ ଯୁଡିକରି କ୍ଷମା ମାଗ୍'ଲେ ତାହାରୁ,
ଜ୍ଞାନ୍ ଦେବୀ କେ ପାଏବାର୍ ଅଛି ଯଦି
ପଢା କେ ଧ୍ୟାନ୍ ଦେବାର୍ କଥା ପହେଲାରୁ ।
ଜିଲ୍ଲା-ସମ୍ବଲପୁର
ସ୍ଥାନ-ଠେମରା(ପଦରପଡା)




0 Comments