ମୁକୁଟ ଧାରିଣୀ ବିଦ୍ୟା ପ୍ରଦାୟିନୀ ହେ ମାଁ ବୀଣାପାଣି
ଶୁଭ୍ର ହଂସକୁ ବାହାନ କରିଣ ଶ୍ୱେତବସ୍ତ୍ର ପରିଧାନୀ
ଯାହା କଣ୍ଠେ ବସୁ ସେ ହୁଏ ଅଜସ୍ର ବିଦ୍ୟାର ଅଧିକାରିଣୀ
ଶ୍ୱେତ କମଳରେ ଦିଶୁ ମାଁ ତୁହି ଞାନର ନିର୍ଝରିଣୀ
ଶାନ୍ତ ସୁନ୍ଦର ଭାବମୂର୍ତ୍ତି ତୋର
ଅଲୌକିକ ଆଲୋକ ଉଦ୍ଭାସିତ ହୁଏ
ମୁଖ ମଣ୍ଡଳେ ନେଇ ଦିବ୍ୟ ଜ୍ୟୋତି
ସେ ଜ୍ୟୋତିରୁ ମାଁ କାଣିଚାଏ ଦେଲେ
ମୋ ଜୀବନେ ମୁଁ କରନ୍ତି
ଆଉ ଟିକେ ଅଗ୍ରଗତି
ସୁଖ ସମ୍ଭାର ସହିତ ମାଁ ବିଦ୍ୟାର ଆଶୀଷ ତୁ ଦେ
ସ୍ୱର୍ଗର ଲାଳସା କି ଧନର ପିପାସା ନାହିଁ ମାଁ
ଏ ମର୍ତ୍ତ୍ୟରୁ ଉଠାଇ ତୋ ପାଦ ତଳେ ଜାଗା ଟିକେ ଦେ
ଏତିକିରେ ଧନ୍ୟ ହେବି ମାଁ ଗୋ ଭଗବତି
ତୋ ଆଶୀଷ ଲୋଭୁଥିବି ମୁଁ ଯେ ସଂଜ ସକାଳ ଦିବା ରାତି ।।
ଭବାନୀପାଟଣା, କଳାହାଣ୍ଡି
9337009810




0 Comments