ହାତରେ ବୀଣା ମସ୍ତକରେ ମୁକୁଟ
କମଳ ଆସନେ ବିରାଜମାନ
ଶ୍ୱେତହଂସ ଅଟେ ଯେ ମାଁ'ଙ୍କ ବାହାନ
ଆଜି ପବିତ୍ର ବସନ୍ତ ପଞ୍ଚମୀରେ
ଶୀତକୁ ବିଦାୟ ଦେଇ
ବିଦ୍ୟାଦାୟିନୀ ମାଁ'ଙ୍କୁ କରୁଛି ଆବାହନ
ବିଦ୍ୟାର ଭଣ୍ଡାରଘର କେବେ କାହାପାଇଁ
ଊଣା ନ'ହେଉ ମାତ
ବିଦ୍ୟା ସାଙ୍ଗେ ସଂସ୍କାର ନେଇ
ସଭିଏଁ ହୁଅନ୍ତୁ ଏ ସଂସାରେ ଜାତ
ସତ୍ ବିଦ୍ୟା ସତ୍ ଶିକ୍ଷାର ଆଲୋକ
ଜଗତେ ହେଉ ପ୍ରତିକ୍ଷଣେ ପ୍ରସାରିତ
ଆବାଳ ବୃଦ୍ଧ ବନିତା ସମସ୍ତେ
ସତ୍ ଞାନ ସହିତ ସତ୍ ସଂସ୍କାରରେ
ହୁଅନ୍ତୁ ଅନୁପ୍ରାଣିତ।
ଭବାନୀପାଟଣା, କଳାହାଣ୍ଡି
9337009810




0 Comments