ବନ୍ଦ୍ୟା ତୁମେ ବୀଣାପାଣୀ - ପୂର୍ଣ୍ଣଚନ୍ଦ୍ର ରଣା

 


ମାଘମାସ ଶୁକ୍ଳପକ୍ଷେ

ବିରାଜନ୍ତି ବୀଣାପାଣୀ

ସ୍ବାଗତ ଧରାଧାମକୁ

କରନ୍ତି ଧରଣୀ ରାଣୀ । ୧


ମହା ଆଡ଼ମ୍ବରେ ଏଠି

ଅପେକ୍ଷା ତୁମକୁ ମାତା

ଭଜନ କୀର୍ତ୍ତନ ସାଥେ

ଗାଇବି ତୁମରି ଗାଥା। ୨


ଦୁଇ ଇଷଣେ ଦେଖିବି

ତୁମ ସେଇ ବାଗ୍ମୀ ରୂପ

ବନ୍ଦାଣ କରିବି ମାତା

ଗନ୍ଧ ପୁଷ୍ପ ଦେଇ ଧୂପ। ୩


ବିଭୂଷାରେ ବିଭୂଷିତା

ଧରାଧାମେ ବାଗ୍ମୀ ରାଣୀ

କେବେ ସୁନ୍ଦର ଦିଶନ୍ତି

ହଂସିକ ବାହନେ ପୁଣି। ୪


ବନ୍ଦ୍ୟା ତୁମେ ବୀଣାପାଣୀ

ପୂଜ୍ୟ ତୁମେ ଏ ଜଗତେ

ଶ୍ରେଷ୍ଠ ତୁମେ ବିଦ୍ୟାଦାତ୍ରୀ

ନାହିଁ ତୁମ ବ୍ୟାଖ୍ୟା ସତେ। ୫


କରୁଛି ପ୍ରଣାମ ମାତା

ଦୁଇ ହସ୍ତ ଯୋଡ଼ି ମୋର

ତୁମ ଦୁଇ ପାଦେ ମୋ'ର

ଶତ କୋଟି ନମସ୍କାର। ଚ

    

  ହାଟସିଂହାପୁର , ଯାଜପୁର

Post a Comment

0 Comments