ତାଳ ଗଛ ଆମ ଅଟଇ ମିତ
ବ୍ରଜ ଘାତ ଠାରୁ ରଖେ ତୁରିତ।।
ପରିବେଶ ପାଇଁ ବଢେ ଚାହିଦା
ଚିଲ ଶାଗୁଣା ର ବସା ସେ ସଦା।।
ତାଳ ପିଠା ଭାରି ଲାଗେ ସୁଆଦ
ହାତୀ ମଣିଷଙ୍କ ସେହି ପା ଖାଦ୍ୟ।।
ରସାଳ ଫଳ ତା ଭାରି ବଢିଆ
ମଜା ଲାଗି ଥାଏ ଖରା ଦିନିଆ।।
ତାଳ ବାହୁଙ୍ଗା ରେ ଘର ଛପର
ନଥାଏ ବରଷା ଖରାକୁ ଡର।।
ତାଳ ପତର ରେ ଭଳିକି ଭଳି
ବିଁଛଣା, ଝୁମୁକା, ପେଡ଼ି, ପୁଟୁଳି।।
ଅତି ଦରକାରୀ ଗଛଟି ସିଏ
ଆକାଶକୁ ମୁଣ୍ଡ ଟେକିଣ ଥାଏ।।
ଆଜି କାଲି ନୁହେଁ ସେ ସୁରକ୍ଷିତ
ବାଜିଛି ବେପାରୀ ତାମିଲ ହାତ।।
ମୂଳରୁ ଗଛକୁ ଦିଅନ୍ତି କାଟି
ଓଡ଼ିଶା ରାଇଜୁ ନିଅନ୍ତି ଲୁଟି।।
ତେଣୁ ସାବଧାନ ରହିବା ପାଇଁ
ସଚେତନ ହେବା ସଭିଏ ଭାଇ।।
ପରିବେଶ ଆମ ସୁରକ୍ଷା ହେବ
ତାଳ ଗଛ ଠାରୁ ଖାଦ୍ୟ ପାଇବ।।




0 Comments