ସେହି ଅନ୍ଧାରୁଆ ରାତିକୁ
ଦୂର କରିବା ପାଇଁ ସଦା ଚ଼େଷ୍ଟିତ
ସେଥିପାଇଁ ଜଳୁଥିଲେ ଷ୍ଟ୍ରିଟ୍ ଲାଇଟ
ରାସ୍ତାର ଘନ ଅନ୍ଧକାରକୁ ଦୂର କରିବା ପାଇଁ।।
ଗାଢ଼ ରାତିର ମାଦକତାକୁ
ଭଙ୍ଗ କରୁଥିଲେ ସମୟେ ସମୟେ ରହି
ଏଇ ଚ଼ାରି ଛଅଟା ବୁଲା କୁକୁର
ଭୋ ଭୋ ହୋଇ ରାସ୍ତାର
ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ
ସେହି ଅଜଣା ଅନ୍ଧାରୁଆ ରାତିରେ।।
ଗଣି ହେଉଥିଲା ପଡ଼ିଥିବା ଆବର୍ଜନା
ବାରି ହେଉଥିଲା ବଡ଼ଲୋକଙ୍କର
କୁତ୍ସିତ ମାନବିକତା ସେଥିରୁ
ଆଉ ଲମ୍ବା ଆକାଶପଥ କୁ ଚ଼ାହିଁ
ପକାଉଥିଲେ ବୋବାଳି ସେମାନେ
ନିଃସ୍ତେଜ ଭାବେ ବିଛାଡ଼ି ହୋଇ
ଆଖି ପାଉନଥିବା ପ୍ରାନ୍ତ ଯାଏଁ
ସେହି ଅନ୍ଧାରୁଆ ରାସ୍ତାରେ।।
ଆଖି ପଡ଼ିଗଲା ରାସ୍ତା କଡ଼କୁ
ଖୋଲା ପବନରେ ଫୁଟପାଥ ଉପରେ
ମଶା ମାନଙ୍କ କଣ୍ଠକୁ ଶୁଣି ଶୋଇଥିବା
ସେହି ବିକାଶଶୀଳ ଦୁର୍ଭିକ୍ଷ ଭୋଗ୍ଯ ମଣିଷଙ୍କୁ
ତାଙ୍କର ଶୋଇବା ଢ଼ଙ୍ଗକୁ
ସେହି ଅନ୍ଧାରୁଆ ରାତିରେ।।
ଠିକଣା- ଭୁବନେଶ୍ବର
ମୋ: ୯୮୬୧୭୦୧୭୧୪




0 Comments