ଫେରିବ ଯେ ଉଷା ଦେଖାଇବ ଦିଶା
ବିକଶି ନବ ପଲ୍ଲବ
ବିହଙ୍ଗ କୁଜନେ ସୁମଧୁର ଗାନେ
ହସି ଉଠିବ ରାଜୀବ ।
ନାନା ଜାତି ଫୁଲ କଦମ୍ବ ତମାଳ
ସ୍ୱାଗତ କରିବେ ଆସି
ଗାଉଥିବେ ଗୀତ ଭ୍ରମର ସହିତ
ମଧୁମକ୍ଷିକା ଯେ ଆସି ।
ପ୍ରାଚୀଭାଗେ ଆସି ଅନ୍ଧକାର ନାଶି
ରବୀପ୍ରଭା ବିକଶିବ
ନୂତନ ଆଶାରେ ଜନମାନସ ରେ
ନବ ଆଶା ସଞ୍ଚରିବ ।
ତନ୍ମୟ ତଲ୍ଲୀନ ହେବ ପ୍ରାଣ ମନ
ନବ କିରଣ କୁ ଦେଖି
ପ୍ରତିଟି ପ୍ରାଣରେ ଆନନ୍ଦଯେ ଭରେ
ଗାଏ କେତେ ରାଗ ଚୋଖି ।
ଆଳସ୍ୟ ବିହୀନ ହେବ ତନୁ ମନ
ସ୍ୱକର୍ମରେ ଧାଇଁଯିବ
ନୂତନ ଦିବସ ଭରଇ ହରଷ
ଧର୍ମ ପଥ ଦେଖାଇବ ।
ଆଶା ପୁଷ୍ପ ରେଣୁ ଝରେ ଝୁଣୁ ଝୁଣୁ
କର୍ମ ମୟ ଜୀବନରେ
ନିରାଶା ପୁଷ୍ପକୁ ମନୁ ଧ୍ବଂସୀ ବାକୁ
ସଂଗ୍ରାମ ସଦା କରେ ।
ସଫଳ ବିଫଳ ନୁହଇଁ ଟି ମୂଳ
କର୍ମ ମୟ ଜୀବନରେ
କର୍ମ ବଳେ ସାଧି ଦୁଃସହ ବାରିଧି
ପାରି ହେବାକୁ ଅଚିରେ ।
ଆସିଅଛି ଉଷା ନାଶିବାକୁ ତୃଷା
ଜାଗ୍ରତ ହୁଅରେ ଜନ
ପ୍ରତି ପ୍ରତି କ୍ଷଣ ଦେଇ ମନ ପ୍ରାଣ
ଜୀବନର ମୂଲ୍ୟ ଜାଣ ।
ଦେଖ ଦେଖ ଧନ ଗଗନେ ତପନ
ହୋଇ ଶ୍ରେଷ୍ଠ ସର୍ବ ମତେ
କର୍ମ ବୀର ହୋଇ କର୍ମ କରୁଥାଇ
ଶିକ୍ଷା ଦେବା ପାଇଁ ତତେ ।
ଆଦିତ୍ୟ ଯେମନ୍ତେ ଉଇଁ ରୀତି ମତେ
ତମସାକୁ କରେ ନାଶ
ସେହିପରି ତୁହି କର୍ମ ଜ୍ଞାନେ ରହି
ଅଜ୍ଞାନ ଦାରିଦ୍ର୍ୟ ଧ୍ବଂସ ।।
ଅବଦଲ ପୁର, ଯାଜପୁର
ଦୂରଭାଷ- 9439854199.




0 Comments