ସକାଳ ଜଣାଣ - ଗୋଦାବରୀଶ ଦାସ

 


ଶଙ୍ଖ ଚକ୍ରଧାରି

ନିଳାଦ୍ରି ବିହାରୀ

             କାଳିଆ ଠାକୁର ମୋର

ଡାକି ଡାକି ତୋତେ

କି ଦେଇଛୁ ମୋତେ

                କାହିଁକି ହେଲ ନିଷ୍ଠୁର।(ଘୋଷା)

ମୁହିଁ ଦୀନହିନ

ନେଇ ବଡ ମନ

            ଭରଷା କରିଛି ତୋତେ

ତୋର ପାଦ ତଳେ

ପ୍ରଣତି ମୁଁ ଢାଳେ

             ପର କରିବୁନି ମୋତେ।

ତୁମେ ଅଣାକାର

ତୁମେ ନିରାକାର

             ଆହେ ପ୍ରଭୁ ମାୟାଧର

ମୁଁ ଅଧମ ନର

ଅଜ୍ଞାନ ପାମର

            ମାୟା ମୋତେ ଅଗୋଚର।

ଶଙ୍ଖ ଚକ୍ରଧାରି

ନିଳାଦ୍ରି ବିହାରୀ

          କାଳିଆ ଠାକୁର ମୋର।(ଘୋଷା)

ରଖ ବା ନରଖ

କରିବିନି ଦୁଃଖ

            ଶରଣ ତୋ ପାଦତଳେ

ନକରି ଅନ୍ତର

ରଖିବ ଠାକୁର

            ବିପଦ ଆପଦ ବେଳେ।

ଆହେ ଦୀନନାଥ

ଶୁଣ ମୋ ଆରତ

             ଯୋଡୁଅଛି ବେନିକର

ତୁମେ ଏକା ଆଶା

ସାହା ଓ ଭରଷା

           ତୁମେ ହିଁ ଜୀବନ ମୋର।

ଶଙ୍ଖ ଚକ୍ରଧାରି

ନିଳାଦ୍ରି ବିହାରୀ

           କାଳିଆ ଠାକୁର ମୋର

ଡାକି ଡାକି ତୋତେ

କି ଦେଇଛୁ ମୋତେ

             କାହିଁକି ହେଲ ନିଷ୍ଠୁର।

କାଳିଆ ଠାକୁର ମୋର,

କାଳିଆ ଠାକୁର ମୋର।।


ଶଙ୍ଖମୂଳ, ରଣପୁର

ଜିଲ୍ଲା- ନୟାଗଡ

Post a Comment

0 Comments