ମାଆ ତମ ଆବିର୍ଭାବ ଦେଖି ଧରା ଧାମ
ଆଳତି ଗୀତ ଗାଏ
ଦିବ୍ୟ ଭାବନା ଦିବ୍ୟ କାମନା ହୃଦେ ଜାଗେ
ଜ୍ଞାନର ଗଙ୍ଗା ବହେ ।
ଶୁଭ୍ର ପରିହିତା ମାରାଳ ବାହିନୀ ମାଆ
ଅଜ୍ଞାନ ଦିଅ ତାଡ଼ି
ଜ୍ଞାନ ଝରଣା ଝରାଇ ମଧୁର ପସରା
ଆସିଲା କି ଲେଉଟି ।
ତମ ପାଇଁ ସଂସାର ଶବ୍ଦ ନାଦେ ଝଟକେ
ମହାନ ତମ କୃପା
ଦସ୍ୟୁ ରତ୍ନାକର ସାଜି ବାଲ୍ମୀକି ପାଣ୍ଡିତ୍ୟେ
ରଚିଲେ ରାମାୟଣ
ଅଜ୍ଞ କାଳିଦାସ ହେଲା ବିଜ୍ଞ ଏ ଆଶିଷ
ଧନ୍ୟ ଅଛି ସ୍ମରଣ ।
ତମେ ମା ସାରଳା,ଭଗବତୀ ବ୍ରହ୍ମା ସୂତା
ଧନ୍ୟ ତମ ମହିମା
କଣ୍ଠ ଗଳା ହୁଏ ମଧୁର ସଙ୍ଗୀତ ସୁର
ହୁଅଇ ମା ମାର୍ଜିତ
ଏ ତ ତମ କରୁଣା ଉଡୁଛି ତମ ବାନା
ପୁଣ୍ୟେ ପୁରେ ଦୁନିଆ ।
ଡାଳ ଗୁମା, କୋକସରା, କଳାହାଣ୍ଡି
ମୋ ୯୩୩୭୬୨୪୮୯୯




0 Comments