କଥା ଦେଇ,
ଯାହା ଦେବା କଥା
ଦେଲନି
ଆଉ ମୁଁ, ଜଳକା ଭଳି
ଅନାଇ ରହିଲି ll
ତଥାପି, ମାଗିଲି ପୁଣି ଥରେ
ନିଜକୁ ସଂକୁଚ ମନେକରି
ସ୍ବପ୍ନ, ପ୍ରେମ, ଜୀବନ
ଦେବ କହି ଦେଲନି
ଭାବିଲ, ମୁଁ
ଏ ସବୁ ନେଇ
କରିବି କଣ ??
କହିଲ,ମୋତେ,
ତୁମ ଚାରି କଡେ
ଦେଖୁନ
ସବୁଜ ଗଛ,
କୁଳୁ କୁଳୁ ବହୁଥିବା ନଈ,
ସୂର୍ଯ୍ୟର ଝିଲିମିଲି ଖରା,
ସମୟ,
ହାତପାହାନ୍ତାରେ
କିମିତି ଖେଳେ ଦୋଳି ll
ବୁଝିପାରିଲିନି !!
ଏ ସବୁ ଦେଖିଲେ
ମୋର ବା କଣ ହେବ ??
ପୁଣି ମାଗିଲି
ଦିଅ, ନ ଦେଲେ
ମୁଁ ବଞ୍ଚିବି କିପରି
କହିଲ,
ଆକାଶକୁ ଦେଖ,
ପବନକୁ ଛୁଁ ଅ ,
ମାଟିକୁ ସ୍ପର୍ଶ କର,
ଅଗ୍ନିରେ ନିର୍ବାଣ ହୁଅ,
ଜଳରେ ଗାଧାଅ ll
ତାପରେ
ନିଜକୁ ନିଜେ ମୁଁ କହିଲି
ହଁ, ମୁଁ ଜୀବନ ପାଇଲି,
ଜୀବନ ll
977514576




0 Comments