ଜୟ ବୀଣାପାଣି ମାଆ ବାଗେଶ୍ୱରୀ
ତୁମ୍ଭେ କମଳଲୋଚନୀ
ସ୍ମରଣ କରିଲେ କଣ୍ଠେ ବିଜେ ହୁଅ
ମୂଢ ହୋଇଯାଏ ଜ୍ଞାନୀ ।।
ତୋର ସୁଧା ନିଧି ପିଇଥାଏ ଯିଏ
କ୍ରୋଧ ହିଂସା ଦିଏ ଛାଡି
ଅଜ୍ଞାନ ତିମିର ନାଶି ଦିଅ ମାଆ
ଜ୍ଞାନର ଆଲୋକ ଦେଇ ।।
ଆଦ୍ଯାଶକ୍ତି ତୁମ୍ଭେ ପରମ ଈଶ୍ଵରୀ
ବିଷ୍ଣୁଙ୍କର ଘର ମଣି
ଅଜ୍ଞାନକୁ ଦୂରି ଜ୍ଞାନ ଦିଅ ଭରି
ଗୁହାରିକୁ ମୋର ଶୁଣି ।।
ପାଇ ଆଶୀର୍ବାଦ କାଳିଦାସ ହେଲେ
ବିଦ୍ୟା ବୁଦ୍ଧି ଶ୍ରେଷ୍ଠ ଜ୍ଞାନୀ
ଜ୍ଞାନାଲୋକ ଦେଇ ଜଗତ ଉଦ୍ଧାର
ମାଆ ଗୋ ବିଦ୍ୟାଦାୟିନୀ ।।
ଜଣାଏ ମିନତି ବେନି କର ଯୋଡି
ମାଆ ଗୋ ହଂସ ବାହିନୀ
ଜ୍ଞାନ ଦେଇ କର ଜଗତ କଲ୍ୟାଣ
ମାଆ ଗୋ ତୁ ପଦ୍ମାସନୀ ।।
ସା-ମାଧବପୁର, ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର ,
ଜିଲ୍ଲା-ବାଲେଶ୍ବର, ଓଡିଶା
ପିନ୍-756032 .ମୋ-8144851045 .




0 Comments