ମୁଁ ନାରୀ - କୃଷ୍ଣା ମିଶ୍ର

ମୁଁ ଅନେକ ରୂପ, ସମ୍ପର୍କରେ ଗଢ଼ା ନାରୀ।
କୁହନ୍ତି, ମୁଁ ଅବଳା,
କୋମଳ କାୟା!
ମୋ ସ୍ବପ୍ନ, ଶିକୁଳି ବନ୍ଧା!
ଦାୟିତ୍ଵ ର ବୋଝ ତଳେ 
ମୁଁ  ନିଷ୍ପେସିତ,
ଜୀବନ ପଥ ମୋ କଣ୍ଟକିତ...
ପ୍ରଶ୍ନ କରନ୍ତି-
ସମାଜରେ ଅଛି କି ନାରୀ ସତ୍ତା???
ମୁଁ ମମତା ମୟୀ,
ନିଃସ୍ଵାର୍ଥ କର୍ତ୍ତବ୍ୟ ପରାୟଣତାର ଆଧାର,
ଧାର୍ଯ୍ୟ କରେ, ମୋ ସଫଳତାର ନୂତନ ପରିସୀମା....
ପ୍ରତିଦାନ ରେ!
       ମୁଁ
ଦିଏ ଅଗ୍ନି ପରୀକ୍ଷା,
ଭୋଗେ ବିରହ ଯନ୍ତ୍ରଣା!
ତ୍ରେତୟା ରେ ସୀତା,
ଦ୍ବାପର ରେ ଦ୍ରୋଉପଦୀ,
ଯୁଗେ ଯୁଗେ କୁସଂସ୍କାର ର ବଳି ପଡ଼ିଥିବା ନାରୀ...
ଦୂର୍ଗା ଆଉ ଲକ୍ଷ୍ମୀ ଙ୍କ 
ରୂପ କହି,
ସମାଜରେ ତିରସ୍କୃତ ହେଉଥିବା ନାରୀ!
ପରମ୍ପରା ପାଚେରୀରେ 
ଆବଦ୍ଧ ମୁଁ....
ତଥାପି, କେବେ କଳ୍ପନା,
କେବେ ନୀରଜା ହୋଇ,
ଇତିହାସ ସୃଷ୍ଟି କରେ
 ମୁଁ ନାରୀ........।।
      
      
ଡି/୩, ସ୍କୁଲ ହାଉସିଙ୍ଗ କଲୋନୀ, ଜିନ୍ଦଲ,
ରାୟଗଡ଼, ଛତିଶଗଡ
ମୋ: ୯୩୦୧୦୧୨୩୩୩

Post a Comment

0 Comments