ନାରୀ - ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର


ପୁଣ୍ୟର ପସରା       ପ୍ରେମ ସୁଧାଧାରା
          ଐଶ୍ୱର୍ଯ୍ୟଦାୟିନୀ ନାରୀ
ସକଳ କାର୍ଯ୍ୟରେ     ଅୟମାରମ୍ଭ ସେ
           ପୁଣି ସୃଷ୍ଟି ରକ୍ଷାକାରୀ ।
ସକଳ ଶକ୍ତିର        ଆଧାର ହୋଇବି
           କ୍ଷମାଗୁଣେ ବିଭୂଷିତା
କେବେସେ ଭଗିନୀ  କନ୍ୟା ଅବା ପତ୍ନୀ
           ତଥାସ୍ତୁ ମୁଦ୍ରାରେ ମାତା ।
ସଂସାର ମଙ୍ଗଳେ         ଝରିପଡୁଥାଏ
           ସଦା ଆଶୀର୍ବାଦ ତା'ର
ଲକ୍ଷ୍ମୀଙ୍କ ପ୍ରତୀକ       ଧାରଣ କରି ସେ
           ଖୋଲେ ଅକ୍ଷୟଭଣ୍ଡାର ।
ବାଲ୍ୟ ଓ ଯୌବନେ ବାର୍ଦ୍ଧକ୍ୟ ସମୟେ
           ଭିନ୍ନ ରୂପେ ଅବତରି
ସର୍ବଂସହା ହୋଇ       ସଂସାର ସିନ୍ଧୁରୁ
           ସଭିଙ୍କୁ କରଇ ପାରି ।
ସିଏ ସ୍ୱୟଂସିଦ୍ଧା       ମଦରଟେରେସା
           ଯୁଦ୍ଧକ୍ଷେତ୍ରେ ଲକ୍ଷ୍ମୀଵାଈ
ନାରୀର ମର୍ଯ୍ୟାଦା      ଅକ୍ଷ୍ୟର୍ଣ୍ଣ ରଖିବା
            ଦେଶର ଉର୍ନ୍ନତି ପାଇଁ ।


ଚାଉଳିଆ, ମଙ୍ଗଳପୁର, ଯାଜପୁର
ଫୋନ -9438064908

Post a Comment

0 Comments