ଅଭିଶପ୍ତା - ଧରିତ୍ରୀ ପଟ୍ଟନାୟକ

ନିର୍ଯାତିତା ସେ ଉପେକ୍ଷିତା

ସେ ପୁଣି ଆଜି ଅବହେଳିତା

କିଏ ବୁଝିବ ଏ ଯୁଗ ରେ

ନାରୀ ଜୀବନ କେତେ ଅଭିଶପ୍ତା ।


ଜନ୍ମ ନ ହେଉଣୁ

ମୃତ୍ୟୁ ଯେ ନିଏ ତାକୁ ସାଉଁଟି

ସ୍ନେହ ମମତା କିବା ସେ ପାଇବ

ଯେବେ ଆପଣା ଯାନ୍ତି ଶତ୍ରୁ ପାଲଟି ।


ଜନ୍ମ ତା ମା ଗର୍ଭ ରୁ

ସବୁ ପୁରୁଷ ପରି

ପୁଣି କାହିଁ ସାଜେ ପୁରୁଷ

ହିଂସ୍ର ନାରୀ ଶିକାରୀ ।


ଜନନୀ ତା ନାରୀ

ଭଗିନୀ ସଙ୍ଗିନୀ ବି ସେ ନାରୀ

କାହିଁ କରିଦିଏ ସମାଜ

ତାକୁ କାଠ କଣ୍ଢେଇ ସରି ।


ଦୁନିଆ ଦୀପକୁ ଆଲୋକିତ କରେ

ସେ ଯେ ସଳିତା ସାଜି

ଜଳି ନିଜେ ଜାଳେ ସେ ଦୀପ

ତଥାପି ଅନ୍ଧାରମୟ ଜୀବନ ତା ଆଜି ।।


କଳାହାଣ୍ଡି

Post a Comment

0 Comments