ସୃଷ୍ଟି ର ପ୍ରାରମ୍ଭ ରେ ଯିଏ ଜନ୍ମ ନିଏ
ସିଏ ହିଁ ନାରୀ।
ପଣତ କାନି ରେ ବାନ୍ଧି ପାରେ ମମତା ଓ ମୃତ୍ୟୁ
ସିଏ ହିଁ ନାରୀ ।
ନିଜ ସିନ୍ଦୂର ପାଇଁ ଯମ ସହିତ ଲଢେଇ କରେ
ସିଏ ହିଁ ନାରୀ ।
ଯାହାର ଚରିତ୍ର କାଚ ଠାରୁ ବି ପବିତ୍ର ସିଏ ହିଁ ନାରୀ ।
ଯିଏ ଝିଅ, ଭଉଣୀ, ପ୍ରେମିକା, ସ୍ତ୍ରୀ ଓ ମା ମଧ୍ୟ ହୋଇପାରେ
ସିଏ ହିଁ ନାରୀ।
ନୁହେଁ ସେ କାହା ଭୋଗର ଆସର
କିନ୍ତୁ; ନାରୀ ବିନା ପୁରୁଷ ଅସାର ।
ପ୍ରସବ ଯନ୍ତ୍ରଣା ସହ୍ୟ କରି ସନ୍ତାନ ଟିଏ ଜନ୍ମ ଦିଏ
ସିଏ ହିଁ ନାରୀ ।
କନ୍ୟାଦାନ ମହାଦାନ ଜଗତେ ଯେ ଶ୍ରେଷ୍ଠ
ସର୍ବସଂହା ନାରୀକୁ ମୋ ଭୂମିଷ୍ଠ ପ୍ରଣାମ ।।
ବାଲେଶ୍ୱର




0 Comments