ନାରୀ ର ଦେହ କଣ ଉଦ୍ଦିଷ୍ଟ
କେବଳ ଉନ୍ମୁକ୍ତ ପାଇଁ
ଦେହର ପରିଧି କଣ ଶେଷ ହେଇଯାଏ
ନଗ୍ନତା ର ପୋଷ୍ଟର ରେ
ନାରୀ ର ଦେହ କଣ
କେବଳ ଭୋଗ୍ୟ
ଓଠ ର ପିପାସା କଣ ମେଣ୍ଟିଯାଏ
ଦେହ ର ଡୁବ ରେ
ନାରୀ ଦେହ ର ବିଭାବରୀ କୁ
ଉପଭୋଗ କରିବା ପାଇଁ
ଅନେକ ହାତ ଲମ୍ବିଆସେ
ଏତେ ଗୁଡିଏ ସ୍ପର୍ଶ ଭାର
ନାରୀ କଣ ସହିପାରେ
ଦେହ ପାଇଁ କଣ
କେବଳ ଦେହଜୀବୀ ଲଢ଼ନ୍ତି
ଲଢ଼ନ୍ତି ଅନେକ ଗୁଳ୍ମ, ଅନେକ କଢ଼
ପ୍ରତିରୋଧ କୁ ନ ପାଇ
ନିଜ ଦେହ ପାଇଁ
କଣ ଅଧିକାର ନଥାଏ ନାରୀଟିର
ଦେହ କଣ ଚଷା ଯାଇପାରେ
ଅନଧିକାର ଜମି ପରି
ଆରେ ମୂର୍ଖ ସମାଜ
ନାରୀ ର ଦେହ ତ କେବଳ ଏକ
ସ୍ଥୁଳଚର୍ମ ର ଆବରଣ
ଢାଙ୍କି ଦିଏ ଆବୋରିଦିଏ
କିନ୍ତୁ ସେ ଭେଦିପାରେନା
ଅନ୍ତସ୍ଥଳ ର ଆତ୍ମା ବିନ୍ଦୁ କୁ
ଜୀବନ ର ମୂଳ ଲକ୍ଷ କୁ
ଶକ୍ତି ର କେନ୍ଦ୍ର ବିନ୍ଦୁ କୁ ।
ଖୋର୍ଦ୍ଧା




0 Comments