ସମାଜ ର ଏକ ଅବ୍ୟବଛେଦ ଅଙ୍ଗ ଅଟେ ନାରୀ
ମୁଦ୍ରା ର ଗୋଟିଏ ପାର୍ଶ୍ୱ ଅଟେ ନାରୀ
ନାରୀ ଟେ ଶିକ୍ଷିତ ହେଲେ
ଶିକ୍ଷିତ ହୁଏ ପରିବାର
ଧାରା ବଜାୟ ରହେ
ବିଶ୍ୱବ୍ୟାପି
ଅହନ୍ତା ଯୁଗରୁ ନାରୀ ଟି
ସହି ଆସିଛି ଅନ୍ଧବିଶ୍ୱାସ ର
ତତଲା ଆଖି ଗୁଡ଼ିକରୁ
ବାହାରି ଆସିଥିବା ସେ ବାମ୍ଫ କୁ
ନିଜ କୁ ମାରି
ବଞ୍ଚେଇଛି ଅନେକ ଜୀବନ
ଏବେ ସମୟ ଆସିଛି
ଶିକ୍ଷିତ ହେଇ
କିଛି ଉନ୍ନତି କରିବାର
ଅନ୍ଧାର ର ଶିଆଳ ହାତ ରୁ
ନିଜକୁ ଆଲୁଅ ଆଡକୁ
ଠେଲି ଦେବାର
ପାଦ ର ଅଳତା ଝୁଣ୍ଟିଆ କୁ
ମହାକାଶ ରେ ନେଇ ଥୋଇଦେବାର
କେବଳ ଉପେକ୍ଷିତ ଅବହେଳିତ ନ ରହି
ନିଜ ଅଧିକାର ପାଇଁ ଲଢ଼ିବାର
ତେବେ ନାରୀ ଶିକ୍ଷା ଓ ସଂସ୍କୃତି ବିନା
ସମାଜ ରୁ ଅନ୍ଧକାର
ହଟେଇବା ଅସମ୍ଭବ
ଏ କଥା କୁ ଆମେ ଆଡେଇପାରିବା କି?
କଟକ




0 Comments