କୁହାଯାଏ
"ଯତ୍ର ନାର୍ଯ୍ୟନ୍ତୁ ପୂଜ୍ୟନ୍ତେ
ରମନ୍ତେ ତତ୍ର ଦେବତାଃ"
ନାରୀ ପୁରୁଷ ଉଭୟେ ସମାନ
ହେଲେ ଆଜି ବି ନାରୀ ଅସୁରକ୍ଷିତ,
ଦୁନିଆ ଦାଣ୍ଡରେ ଖବର ଓଲଟାଇଲେ
ଦୃଶ୍ୟ ହୁଏ..
କେତେ ଯୁବା ଧର୍ଷିତାଙ୍କ ଅପମୃତ୍ୟୁର ଚିତ୍ରନାଟ୍ୟ।।
ଦେବ ଯୋନି ନାରୀ ସତୀ ସୀତା ଓ
ଅଗ୍ନି ସମ୍ଭୂତା ଦ୍ରୌପଦୀଙ୍କ
ମାନ ରକ୍ଷା କଲ
ରାମ କୃଷ୍ଣ ରୂପେ,
ହେଲେ ଏ ଯୁଗରେ
ଉପଭୋଗର ତୀକ୍ଷ୍ଣ ଦୃଷ୍ଟି ଭେଦୀ
ଆସି ପାରୁନ କି ହେ ସର୍ବ ନିୟନ୍ତା ଭଗବାନ
ଧର୍ଷିତାର ହୃଦୟ ସମୀପେ??
ଥରେ ଧର୍ଷଣର ଶିକାର ହେଲେ
ଜଣେ ନାରୀ ପାଉଛି କି ତା ହୃତ ସମ୍ପତ୍ତି,
ଦୁଷ୍କର୍ମ ପାଇଁ ଜଣେ ନର-ରାକ୍ଷସ
ପାଉଛି କି ଉଚିତ୍ ଶାସ୍ତି??
ଆଖି ତଳେ ସମୁଦ୍ରଟେ ଲୁଚେଇ
ନାରୀଟିଏ ବଞ୍ଚେ ନିଜ ଲୁହ ନିଜେ ପିଇ ପିଇ,
ତଥାପି...
ଆରମ୍ଭେ ଏକ ନୂତନ ଅଧ୍ୟାୟ
ଅଭିଶପ୍ତ ଅତୀତ ଅନ୍ତରାଳୁ
ସୃଷ୍ଟି ସର୍ଜନାର ଅଭୀପ୍ସା ନେଇ।।
ବିଶ୍ୱ ମହିଳା ଦିବସ
ବର୍ଷକରେ କେବଳ ଦିନଟେ ପାଳିଲେ
ବଦଳି ଯିବନି ଅୟୁତାଧିକ ହୃଦୟର ବିଷମ ଦୃଶ୍ୟ,
ଭକ୍ଷକ ପରିବର୍ତ୍ତେ ରକ୍ଷକ ସାଜି
ସ୍ନେହ, ସ୍ୱାଧିନତା ଓ ସମ୍ମାନ ଦେଲେ
ସର୍ବସଂହା ନାରୀ ନବ ଜଗରଣେ
ଦିଗବିଦିଗେ ପରଶିବ..
ପ୍ରେମ, ମାତୃତ୍ୱର ଅମୃତ ସ୍ପର୍ଶ ।।
ଗ୍ରା/ପୋ-ଆଗଲପୁର (ରାଜ୍)
ଜି-ବଲାଙ୍ଗିର




0 Comments