ନାରୀ ତୁହି କେତେରୂପେ ହୋଇଅଛୁ ଉଭା ,
ନାରୀବିନା ଜଗତର ନାହିଁ କିଛି ଆଭା ꫰
ନାରୀବିନା ପରିବାର ଲାଗେ ଅସମ୍ପୁଣ୍ନ ,
ନାରୀଟିଏ ଘରେ ଥିଲେ ଘର ହୁଏ ଧନ୍ୟ ꫰
କେବେ ମାଆ ,କେବେ ଜାୟା
କେବେ ସେ ଭଗିନୀ ,
ନ ଥିଲେ ତୁ ପରିବାର ଆଗକୁ ବଢେନି ꫰
ଦଶ ମାସ ଗର୍ଭେଧରି କେତେଯେ ଯାତନା ,
ଏତେ କଷ୍ଟ ଏତେ ପୀଡା
ଭାବିଯେ ହୁଏନା ꫰
ଏତେ ଦୁଃଖ କଷ୍ଟକୁ ଲୋ କେମିତି ସହୁଛୁ ,
ରକ୍ତ ପିଣ୍ଡୁଳାକୁ ନୂଆ ଜୀବନ ଦଉଛୁ ꫰
ତୋ ପଣତ ସୁଖେ ଫିକା ଲାଗେ ସବୁକିଛି,
ନିଜେ ଲୁହ ପିଇ ହସ ଦଉଥାଉ ନିତି ꫰
ନାରୀ ଦିବସରେ ଟିକି ଅନୁରୋଧ ମୋର,
ପ୍ରତିଟି ନାରୀକୁ ସମ୍ନାନ ଦିଅ ସବୁ ଭାଇ ମୋର ,
ସବୁ ଭାଇ ମୋର ꫰꫰
ଜିଲା - ଯାଜପୁର
ଗ୍ରାମ- ବାଟିଜଙ୍ଗା




0 Comments