ନାରୀ ହୀଁ ନାରାୟଣୀ - ରୀଖିରମ ମେହେର

ଦେଖି ମନରେ ପ୍ରଶ୍ନ ହୁଏ ଏମିତି

         ସତରେ କିଏ ନାରି ମାତାକୁ ମାନୁଛି.

ନାରୀ କୁ ନାରାୟଣୀ କରି ନଅ ଦିନ

            କୁଆଁରୀ କୁନି ନେଇ ପୂଜା କରୁଛି.

ସମୟ ଆସିଲେ ସେହି କୁଆଁରୀ କୁ

          ମନିଷ ରୁପି ଅସୁର ସିକାର କରୁଛି.

ପାପୀ ଏଠି ନାରୀ ଧର୍ଷଣ କରୁଛି

             ନିଜର କାମ ବାସନା ମେଣ୍ଟଉଛି.

ନିତୀ ଦିନ ଦେଖ ଏ ଦୁନିଆରେ

           ନାରୀ ପ୍ରତି ଆନ୍ୟାୟ ବଡିଯାଉଛି.

ଯୌତୁକ ନିର୍ଜାତନା ଏଠି ଦେଖ

              ନାରୀ ନୀଆଁରେ ଜିଅନ୍ତା ଜଲୁଛି.

ବଧୁ ହତ୍ୟା ପୁଣି କନ୍ୟା ହତ୍ୟା

             କେତେଯେ ଘଟଣା ମାନ ଘଟୁଛି.

ହେ ଦୁନିଆଁର ବିବେକ ହୀନ

              ଏତେ ନିର୍ଦୟୀ କାହିଁକି ହୋଉଛି.

ନାରୀ କୁ ଯେ ଅପମାନ କରିଛି

                  ସିଏ ଅବା ଏଠି କିଏ ବଞ୍ଚିଛି.

ଯେମିତି ଖୋଜିବ ସେମିତି ପାଇବ

                ଆସିଲେ ଦିନ ନିଶ୍ଚେ ଭୋଗିବ.

ବେଲ ଥାଉ ଥାଉ ସୁଧୁରୀ ଯାଅ

             ନାରୀ ଯଦି ନାରାୟଣୀ ହୋଇବ.

ଦୁନିଆଁ କୁ ମହା ପ୍ରଳୟ ଆସିବ

                  ସେ ସମୟରେ  କିଏ ରଖିବ.

ନାରୀ ନୁହେଁ ସେ ନାରାୟଣୀ

                 ପାଳନ ହାରି କଲ୍ୟାଣ କରିବ ।


ସାନପୋଡାଗୁଡା

ମୋବାଇଲ ନଂ 7735946291

Post a Comment

0 Comments