ନାରୀ ତମେ କେବେ ଜାୟା
କେବେ ଜନନୀ ଭଗିନୀ,
ସ୍ନେହମୟୀ ଦୟାମୟୀ
ତୁମେ ଅଟ ଶକ୍ତିମୟୀ।
କନ୍ୟା ରୂପେ କେବେ
ତୁମେ ବଢ଼ାଇଥାଅ ଗୃହର ଶୋଭା,
ଶୈଶବ କାଳରେ ମାତୃ ରୂପେ
ମମତାମୟୀ ରୂପେ ହୁଅ ଉଭା।
ଜଗତ କଲ୍ୟାଣେ ବ୍ରତୀ
ଦାନ କରିଥାଅ ପୀୟୂଷ,
ପତ୍ନୀ ରୂପେ ତୁମ ନିଷ୍ଠା ବଳେ
ବଢାଇ ସ୍ଵାମୀଙ୍କ ଆୟୁଷ।
ଜୀବନ ଥିବା ଯାଏ କରିଥାଅ
ଶାଶୁ ଶଶୁର ଙ୍କ ସେବା,
ଦୁଇ କୁଳର ହିତ କରିଥାଏ
ସଦା ତୁମେ ଅଟ ସୁପ୍ରଭା।
ତୁମ ତ୍ୟାଗପୂତ ଜୀବନେ ଆଦର୍ଶ
ବାଣ୍ଟିଥାଅ ନିତିଦିନ,
ଧୈର୍ଯ୍ୟ ଦୟା କ୍ଷମା ସହନଶୀଳତା
ଧରି ରଖିଥାଏ ଅପୂର୍ବ ମନେ।
ସମାଜ ଗଠନ ତୁମରି ଭୂମିକା
ଅପ୍ରମିତ ରହିଥାଏ,
ପ୍ରକୃତି ସ୍ୱରୂପ ତୁମେ ମହିୟସୀ
ବିପଦ ନଶିନି ବୋଲଇ ଥାଏ।
ଦେବୀ ରୂପେ ତୁମେ ଆସ ଅବତରି
ଜଗତ କଲ୍ୟାଣ ପାଇଁ,
ସୁନ୍ଦର ଧରଣୀ ଶୋଭା ପାଉଅଛିୁ
କାଳ କାଳରୁ ତୁମରି ପାଇଁ।
ତୁମ ବିନା ସୃଷ୍ଟି ଧ୍ଵଂସ ପାଇଥାଏ
ଅନ୍ୟଥା କେବେ ନୋହିଛି
ଏ ସଂସାରେ ନାହିଁ
ନାରୀ ସମ କେହି
କ୍ଷମାର ପ୍ରତିମୂର୍ତ୍ତି
ରୂପେ ଯୁଗେ ଯୁଗେ ରହିଛି।
ନିରୀହା ସରଳା ନାରୀ ଅଟେ
ନିଃସ୍ୱାର୍ଥର ଜୀବନ୍ତ ପ୍ରତିମା
ସର୍ବଂସହା ନାରୀ ତୁମେ
କେ ଵର୍ଣିବ ତୁମ ମହିମା।
ସ୍ଥାନ - ଯାଜପୁର ଟାଉନ୍, ଯାଜପୁର




0 Comments