ଜନନୀ ଭଗିନୀ ତୁହି
ତୁହି ଅଟୁ ଜାୟା
ନାରୀ ତୋ ଅନନ୍ତରୂପ
କେ ପାଇବ ମାୟା
ଜନନୀ ଭଗିନୀ ତୁହି................... ll
ମାଆ ରୂପେ ହେଉ ତୁହି
ସନ୍ତାନ କୁ ସାହା
ଭଗିନୀ ରୂପରେ ପୁଣି
ଦେଉ ବାହୁ ଛାୟା
ଜାୟା ରୂପେ ଆସୁଯେବେ
ଭରୁ ମନେ ମାୟା
ଜନନୀ ଭଗିନୀ................ ll
ସନ୍ତାନ ପାଇଁ ତୁହି
ସନ୍ତାନ ବତ୍ସଳା
ଭଗିନୀ ରୂପରେ ପୁଣି
ସ୍ନେହ ସୁଧା ବୋଳା
କେତେ ରୂପ ଯେ ତୋହରି
କେ ବୁଝିବ ମାୟା
ଜନନୀ ଭଗିନୀ.................. ll
ମହିଷା ପାଇଁ ଯେ ତୁହି
ହେଲୁ ଦଶଭୁଜା
ସଜ୍ଜନେ କରନ୍ତି ମାଗୋ
ତୋର ପାଦ ପୂଜା
ସ୍ନେହମୟୀ ମମତା ତୋ
ଅପାର ତୋ ଦୟା
ଜନନୀ ଭଗିନୀ................... ll
କରୁଣା ମୟୀଗୋ ତୁହି
ପୂଜ୍ୟା ଚାରିଯୁଗେ
ମଥା ମୋର ନଇଁ ଯାଏ
ତୋ ଚରଣ ଆଗେ
ତୁହି ଶକ୍ତିମୟୀ ମାଗୋ
ଚିର ବନ୍ଦନୀୟା
ଜନନୀ ଭଗିନୀ.................... ll
ଅବଦଲ ପୁର. ଯାଜପୁର
ଦୂରଭାଷ - 9439854199




0 Comments