ନାରୀ ସଂସାରର ପ୍ରେମର ପ୍ରୟାଗ
ଶୋଭାର ପରଶ ମଣି,
ସେନେହ, ସରାଗ, ଶରଧା ସ୍ୱରୂପ
ମମତାର ମନ୍ଦାକିନୀ।
ଶ୍ରଦ୍ଧାରେ ମାତର ସ୍ନେହ ପ୍ରେମ ତାର
ସଂସାର ସରଗ କରେ,
ପାପେ ଆଶ୍ରା କରି ବିପଦକୁ ବରି
ନରାଧମ ଶୋଭା ହାରେ,
ସିଏ ତ ପ୍ରଥମେ ମାଆ, ଜନ୍ମଦାତ୍ରୀ
ମମତାମୟୀ ଜନନୀ,
ନାରୀ ସଂସାରର ପ୍ରେମର ପ୍ରୟାଗ
ଶୋଭାର ପରଶ ମଣି।
ନାରୀ,ସେ ଭଗିନୀ,ଜାୟା,କନ୍ୟାପୁଣି
ସମ୍ବନ୍ଧ ଯୋଗ୍ୟ ସ୍ୱରୂପ,
ଉଦାର ଆଦର ଶ୍ରଦ୍ଧା ଅନୁରୂପ
ଅସଦ୍ଭାବେ ମହାକୋପ।
ପରିବାର ହିତେ ସର୍ବଦା ଜାଗ୍ରତ
ସମାଜ ସ୍ଵୀକୃତ କର୍ମ,
ବିଶ୍ୱ ହିତେ ସଦା କର୍ମ ତତପର
ସୃଷ୍ଟି ପାଳନ ତା ଧର୍ମ,
ସେ ହିଁ ସୃଷ୍ଟି, ସ୍ଥିତି, ବିଲୟ ଶକତି
କୃପାମୟୀ କମଳିନୀ,
ସେନେହ, ସରାଗ, ଶରଧା, ସ୍ୱରୂପ
ମମତାର ମନ୍ଦାକିନୀ।
ନାରୀ ନୁହେ ସେତ ନାରାୟଣୀ ମା'ତ
ଦୟା, କ୍ଷମା, ଅବତାର,
ଶକ୍ତି ସ୍ୱରୂପିଣୀ , ଦୁର୍ଗତି ନାଶିନୀ
କଲ୍ୟାଣୀ, 'ବିଶ୍ୱ ସୁନ୍ଦର'।
ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ
ମୋ - ୯୫୮୩୪୩୮୧୭୪




0 Comments