ମହିଳା ଦିବସ - ବୈଜୟନ୍ତିମାଳା ରାଉତ

ମହିଳା ଦିବସ ପାଳନ କରୁଛେ

ମହିଳା ମାନଙ୍କ ପାଇଁ,

ସଶକ୍ତ ଅଟନ୍ତି କେତେ ଯେ ମହିଳା

ତାହା କେବେ ଜଣା ନାହିଁ।

ଆଜି ବି ସମାଜ ପୁରୁଷ କୈନ୍ଦ୍ରିକ 

ନାରୀକୁ ଭାବେ ଦୁର୍ବଳ,

ଆଧୁନିକା ନାରୀ ଯେତେ ହୋଇଲେ ବି

ନ ଥାଏ ତା ପାଶେ ବଳ ।

ଜାୟା ଜନନୀ ର ନାମେ ପରିଚିତ

ନାମକୁ ମାତ୍ର ସଶକ୍ତ,

ଦିବସ ପାଳନ ପ୍ରହସନ ଏଠି

ହୃଦୟ ତାର ରକ୍ତାକ୍ତ ।

ନ୍ଯାୟ ଅପେକ୍ଷା ରେ ବିତିଯାଏ ଏଠି

ବାଇଶି ବରଷ ସତେ ,

କେବେ ପୁଣି ଏଠି ସରିଯାଏ ଆୟୁ 

ନାରୀଙ୍କୁ ସମ୍ମାନ କେତେ ?

ଏତିକି ଗୁହାରୀ କରୁଛି ପ୍ରଭୁ ହେ

ଶେଷ କର ଏଇ ନାଟ ,

ମିଛ ନାଟକକୁ ଦେଖି ଦେଖି ଏଠି 

ମନ ହୁଏ ଛଟପଟ ।


ଶାସନପଦା, ନିଆଳି, କଟକ

8984757277

Post a Comment

0 Comments