ପ୍ରଭୁ ଜଗନ୍ନାଥ ଜଗତର ନାଥ
ଦୟାମହ ଦଇତାରୀ,
ନୀଳାଚଳବାସୀ କମଳା ବଲ୍ଲଭ
ଜଗତ ପାଳନକାରୀ ।
ଆସିଛି ତୋ ପାଖେ ଗୁହାରୀ କରିବି
ଜଗତ କଲ୍ୟାଣ ପାଇଁ,
ଶୁଣିବୁ ଥରେ ମୋ ହୃଦୟର ଡାକ
ନିରାଶ ନ କରି ସାଇଁ ।
ଧର୍ଷଣ ଦୁର୍ନୀତି ପାପ କୁଟନୀତି
ସଂସାରରୁ ହେଉ ନାଶ,
ନାରୀ ନିର୍ଯ୍ୟାତନା ଦୂର ହୋଇଯାଉ
ଫୁଟୁ ନାରୀମୁଖେ ହସ ।
ସେଇନାରୀ ପୁଣି ଅଟଇ ଭଉଣୀ
ଜାୟା କନ୍ୟା ଆଉ ମାଆ,
କଲ୍ୟାଣମୟୀ ସେ ଯୋଗମାୟାସାଜି.
ବିପଦେ ହୁଅଇ ସାହା ।
ନାରୀର ସୁରକ୍ଷା ଆମର କର୍ତ୍ତବ୍ୟ
ପୁରୁଷ ପରମ ଧର୍ମ,
ସେମାନେ ସୁରକ୍ଷା ରହିଲେ ସଂସାରେ
ଅରଜିଯିବା କୋଟି ପୁଣ୍ୟ ।।
ନିଳକଣ୍ଠପୁର,ମଙ୍ଗଳପୁର, ଯାଜପୁର
ଫୋନ-7904392686




0 Comments