ସେ ନାରୀ - ରୁଦ୍ର ନାରାୟଣ ଦାଶ


ସେ ନାରୀ
ସହସ୍ର ମନକୁ ଏକ ମନରେ
ପରିଣତ କରୁଥିବା ଜୀବନ୍ତ ଦେବୀଟିଏ।।

ସେ ନାରୀ
ବିକ୍ଷିପ୍ତ ଜୀବନକୁ
ସଜାଡିବାର ଆଶାରେ
ସଫଳ ଉଦାହରଣ ସେ।।

ସେ ନାରୀ
ଘର ଅଗଣାକୁ
ରାତି ତମାମ ଆଲୋକିତ କରି
ଜଳୁଥିବା ସଳିତା ଟେ।।

ସେ ନାରୀ
ବ୍ରହ୍ମାଣ୍ଡର ଆଦି ସେ
ଜଗତର ପ୍ରତି ଅଣୁରେ 
ଦିବସର ଆରମ୍ଭ
ଅବା ରଜନୀର ଅନ୍ତରେ
ବିଦ୍ଯମାନ ସେ।।

ସେ ନାରୀ
ମମତା ମୂଲକର ରାଣୀ ସେ
ଜାୟା, ଜନନୀ, ଭଗିନୀ ରୂପେ
ସଦା ପୂଜିତା ସେ।।

ସେ ନାରୀ
ଅନ୍ଯର ଆଶାକୁ ପୂରଣ କରି
ନିଜ ଆଶାକୁ ଦ୍ବାହି ଦେଇ
ପ୍ରତି କ୍ଷଣରେ ଜଳୁଥିବା
ଦୁଃଖିନୀଟେ ସେ।।

ସେ ନାରୀ
ପ୍ରେମ, ସ୍ନେହ, ବିଶ୍ବାସ 
ସହିଷ୍ଣୁତା, ଉଦାର ତଥା
ଦୟା ଓ କ୍ଷମା ର
ଜୀବନ୍ତ ମୂର୍ତ୍ତି ସେ।।

ସେ ନାରୀ
ସୌନ୍ଦର୍ଯ୍ଯର ଲଳନା 
ପ୍ରତି ଜାତି ପାଇଁ
ନମସ୍ଯା ସେ।।

                  
                  ଠିକଣା- ଭୁବନେଶ୍ବର
                  ମୋ- ୯୮୬୧୭୦୧୭୧୪

Post a Comment

0 Comments