ଛାଡ଼ି ଭୟ ଭ୍ରାନ୍ତି ଜାଗ ନାରୀ ଜାତି
ପଥର କର ହେ ଛାତି,
ସହିବାର ସୀମା ଟପି ଯାଉଅଛି
କେତେ ଥିବ ମଥା ପୋତି।।
ଅସୀମ ସାହସୀ ତୁମ୍ଭେ ଗୋ ବିଦୁଷୀ
ଜାୟ। ,ଭଗ୍ନୀ,ମାତା ,ପତ୍ନୀ,
ନ୍ୟାଯ୍ୟ ତୁମର ଦାବୀ ଆଜି କର
ଲିଙ୍ଗ ଭେଦ ହେଉ ଇତି।।
ସରଳା ଅବଳା ନୁହଁ ତୁ ଦୁର୍ବଳା
ବୀର ବେଶ ସାଜ ଆଜି,
ଅନ୍ୟାୟ ଅନୀତି ଦୂରେ ଚାଲି ଯାଉ
ନ୍ୟାୟ ମାର୍ଗେ ଯାଅ ହଜି ।।
ତୋର ଅପବାଦ କି ଅବା ପ୍ରମାଦ
ସହି ବାକୁ ବେଳ ନାହିଁ,
ଘୁଞ୍ଚି ଯାଉ ତୁମ ଦୁଃଖ ଦୁର୍ଦ୍ଦିନ ଟି
ପ୍ରତାରଣା ପାଅ ନାହିଁ ।।
ଜନମ ତୁମର ସାର୍ଥକ ଲଭିବ
ସମ୍ମାନ ବଢ଼ିଲେ ସିନା,
ଭାଙ୍ଗି ପଡ ନାହିଁ କାଳର କରାଳେ
ସହ ନାହିଁ ପ୍ରବଞ୍ଚନା ।।
ଶରୀର ତୋହର ନୁହେଁ ଖେଳ ଘର
ନୁହେଁ ତୁ କଣ୍ଢେଇ ଟିଏ,
ନିଜ ଅଧିକାର ସାବ୍ୟସ୍ତ କରିବୁ
ଆସି ଅଛି ଦିନ ଟିଏ।।
ବେଲଗୁଣ୍ଠା, ଗଞ୍ଜାମ




0 Comments